ଗୋରଖପୁର ଝଟ୍‌କା ଦେଇଥିବା ନିଶାଦ୍‌ ନେତା ଏବେ ବିଜେପିରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଗୋରଖପୁର ଝଟ୍‌କା ଦେଇଥିବା ନିଶାଦ୍‌ ନେତା ଏବେ ବିଜେପିରେ

ନୂଆଦିଲ୍ଲୀ:ବିଜେପିକୁ ଗୋରଖପୁର ଲୋକସଭା ଉପନିର୍ବାଚନରେ ବିଜେପିକୁ ପରାଜୟର ଝଟ୍‌କା ଦେଇଥିବା ନିଶାଦ୍ ନେତା ପ୍ରବୀନ ନିଶାଦ୍ ଆଜି ବିଜେପିରେ ଯୋଗଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାପରେ ସେ ପ୍ରତିନିଧିତ୍ୱ କରୁଥିବା ଗୋରଖପୁର ଲୋକସଭା ଆସନ ଛାଡ଼ିବାରୁ ଏଠାରେ ଉପନିର୍ବାଚନ ହୋଇଥିଲା। କିନ୍ତୁ ବିଜେପିର ଗଡ଼ କୁହାଯାଉଥିବା ଏହି ଆସନରୁ ଏସ୍‌ପି ସମର୍ଥନରେ ଲଢ଼ିଥିବା ପ୍ରବୀନ ବାଜିମାତ କରିଥିଲେ। ପ୍ରବୀନଙ୍କ ୟୁଟର୍ଣ୍ଣ ଉତ୍ତରପ୍ରଦେଶରେ ବିଜେପିକୁ ଚେକ୍‌ ଦେବାକୁ ମେଳି ବାନ୍ଧିଥିବା ଏସ୍‌ପି-ବିଏସ୍‌ପିର ଚିନ୍ତା ବଢ଼ାଇଦେଇଛି।

ଆସନ୍ତା ୧୧ ତାରିଖରେ ଗୋରଖପୁର ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ପ୍ରବୀନ ଏହି ଆସନରୁ ବିଜେପି ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଯୋଗୀ ଦୁଇ ଦଶନ୍ଧି ଧରି ଏହି ଆସନରୁ ଜିତିଆସୁଥିଲେ, କିନ୍ତୁ ତାଙ୍କ ପରେ ପ୍ରବୀନ ବିଜେପି ପ୍ରାର୍ଥୀଙ୍କୁ ୨୬ ହଜାର ଭୋଟ୍‌ରେ ମାତ୍‌ ଦେଇଥିଲେ। ବିଜେପିକୁ ହରାଇଥିବା ପ୍ରବୀନ ବର୍ତ୍ତମାନ ବିଜେପିକୁ ଏହି ଆସନ ଉପହାର ଦେବାକୁ ଥିବାବେଳେ ଅନ୍ୟ ଏକ ଦୃଷ୍ଟିରୁ ମଧ୍ୟ ତାଙ୍କ ଯୋଗଦାନ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଲୋକସଭା ଆସନ ଅଧୀନରେ ୩.୫ ଲକ୍ଷ କେବଳ ଓବିସି ନିଶାଦ୍‌ ବର୍ଗର ଲୋକେ ବସବାସ କରୁଛନ୍ତି।

ଆଉ ଏକ ଉଲ୍ଲେଖନୀୟ କଥା ହେଉଛି, ପ୍ରବୀନଙ୍କ ଦଳ ନିଶାଦ୍ ପାର୍ଟି କିନ୍ତୁ ବିଜେପିରେ ଲୀନ ନହୋଇ ଏହି ନିର୍ବାଚନରେ ବିଜେପିକୁ ସମର୍ଥନ ଦେବ। ଏହାର ପ୍ରତିଷ୍ଠାତା ତଥା ପ୍ରବୀନଙ୍କ ବାପା ସଞ୍ଜୟ ନିଶାଦ୍ ପୂର୍ବବତ୍ ଏହାର ନେତୃତ୍ୱ ନେବେ। ପ୍ରବୀନଙ୍କ ଯୋଗଦାନର ସପ୍ତାହେ ପୂର୍ବରୁ ହିଁ ନିଶାଦ୍ ପାର୍ଟି ଏସ୍‌ପି-ବିଏସ୍‌ପି ସହିତ ମେଣ୍ଟ ଭାଙ୍ଗିଦେଇଥିଲା।

ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୁଖ୍ୟ ଅଖିଲେଶ ଏବଂ ନିଶାଦ୍ ପାର୍ଟିର କିଛି ନେତା ମିଳିତ ଭାବରେ ଘୋଷଣା କରିଥିଲେ ଯେ ନିଶାଦ୍‌ ଏସପି-ବିଏସପି ମେଣ୍ଟର ଏକ ଅଂଶ ହେଲା। କିନ୍ତୁ ଏହାର ୪୮ ଘଣ୍ଟା ମଧ୍ୟରେ ହିଁ ନିଶାଦ୍‌ ମୁଖ୍ୟ ସଞ୍ଜୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଭେଟ ହୋଇ ସମୀକରଣ ବଦଳାଇଦେଇଥିଲେ।



from Odisha Reporter https://ift.tt/2K48PJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages