ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ, ଦୁର୍ନୀତି କରିବେ କାହା ପାଇଁ : ବରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ, ଦୁର୍ନୀତି କରିବେ କାହା ପାଇଁ : ବରୁଣ

ଲକ୍ଷ୍ନୌ: ମାଆ ମେନକା ଗାନ୍ଧିଙ୍କ ପରେ ପୁଅ ବୁରଣ ଗାନ୍ଧି ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ଆଶାକୁ ନେଇ ସମାଲୋଚନା କରିଛନ୍ତି। ପିଲିଭିଟ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ହୋଇଥିବା ବରୁଣ ଗାନ୍ଧି ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ତାଙ୍କର ପରିବାର ନାହିଁ ତେଣୁ ସେ କାହା ପାଇଁ ଦୁର୍ନୀତି କରି ଟଙ୍କା ରଖିବେ ବୋଲି ବରୁଣ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାତି ବରୁଣ ଗାନ୍ଧି ନିଜ ପରିବାର ବାବଦରେ ଉଦାହରଣ ଦେବାକୁ ଯାଇ କହିଛନ୍ତି ଅନେକ ପ୍ରଧାନମନ୍ତ୍ରୀ ଆମ ପରିବାରରୁ ହୋଇଛନ୍ତି। ହେଲେ ନରେନ୍ଦ୍ର ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ଦେଶକୁ ଯେଉଁ ଗୌରବ ଓ ପରିଚୟ ସାରା ଦୁନିଆରେ ଦେଇଛନ୍ତି ତାହା ଦେଶ ପାଇଁ ଗର୍ବର କଥା ବୋଲି ବରୁଣ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ସାଧାରଣ ପରିବାରରୁ ଆସି ପ୍ରଧାନମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ସେହିପରି ନରେନ୍ଦ୍ର ମୋଦି ଆର୍ଥିକ ସ୍ବଚ୍ଛଳ ନଥିବା ଏକ ପରିବାରରୁ ଆସି ଦେଶକୁ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇଛନ୍ତି ବୋଲି ପିଲିଭିଟ ଆସନର ବିଜେପି ପ୍ରାର୍ଥୀ କହିଛନ୍ତି।

ଚଳିତଥର ସୁଲତାନପୁରର ବିଜେପି ସାଂସଦ ନିଜ ମାଆ ମେନକା ଗାନ୍ଧି ଲଢ଼ୁଥିବା ପିଲିଭିଟ ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ସୁଲତାନପୁରର ସାଂସଦ ପ୍ରାର୍ଥୀ ହୋଇଛନ୍ତି ମେନକା ଗାନ୍ଧି। ପିଲିଭିଟରେ ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ରହିଛି।

କିଛି ଦିନ ତଳେ ମେନକା ଗାନ୍ଧି ମଧ୍ୟ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯଦି ସେମିତି କିଛି ନହୁଏ ତାହେଲେ ରାହୁଲ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଝିଆରୀ ପ୍ରିୟଙ୍କା ଗାନ୍ଧିଙ୍କର କୌଣସି ପ୍ରଭାବ ନାହିଁ ବୋଲି କହିଥିବାବେଳେ ଏସପି-ବିଏସପି-ଆରଏଲଡି ମେଣ୍ଟକୁ କଡ଼ା ସମାଲୋଚନା କରିଥିଲେ।



from Odisha Reporter http://bit.ly/2G5JCu5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages