ଅପରାଜିତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ୫ ବିଜେଡି ନେତ୍ରୀ ହଟାହଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଅପରାଜିତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ୫ ବିଜେଡି ନେତ୍ରୀ ହଟାହଟା

bjd2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ବିଜେଡିର ୫ ଜଣ ପୂର୍ବତନ ମହିଳା କର୍ପୋରେଟର ହଟହଟା ହୋଇଛନ୍ତି।

ଏହି ୫ ଜଣ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିଶନର୍ ଥିବା ବେଳେ ଏକାଧିକ ଦୁର୍ନୀତିରେ ଜଡ଼ିତ ଥିଲେ। ଏହା ସହିତ ବିଜେପି ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଉ ବୋଲି ସେମାନେ ଦାବି କରିଥିଲେ। ତେବେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ କିଛି ପ୍ରମାଣ ଅଛି କି ବୋଲି ପଚାରିଥିଲେ। କିନ୍ତୁ ସେମାନେ ପ୍ରମାଣ ବା ଠୋସ୍ ତଥ୍ୟ ଦେବାରେ ବିଫଳ ହୋଇଥିଲେ।

“ଆଜି ଖାଲି ଏତିକି କହିବାର ଥିଲା, ପରେ ଆପଣଙ୍କ ନିକଟରେ ତଥ୍ୟ ପହଞ୍ଚିବ ବୋଲି,” ଏହି ପୂର୍ବତନ କର୍ପୋରେଟରମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ।

ଏହି ପୂର୍ବତନ ମହିଳା କର୍ପୋରେଟରମାନେ ଆଣିଥିବା ଅଭିଯୋଗ ନେଇ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ବିଜେପି ଏନେଇ ପ୍ରତିକ୍ରିୟା ରଖିଛି।

ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଏବେ କାହିଁକି ଅଭିଯୋଗ ଆଣୁଛନ୍ତି? ତାଙ୍କ ସରକାର ଅଛନ୍ତି। ପୂର୍ବରୁ ଅଭିଯୋଗ କରିଥିଲେ ସବୁ ପ୍ରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇ ପାରିଥାଆନ୍ତେ। ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ସୁନିଶ୍ଚିତ ଜାଣି ସେମାନେ ଆତଙ୍କିତ ହୋଇଯାଇଛନ୍ତି। ତେଣୁ ଏଭଳି ଅଭିଯୋଗ ଆଣୁଛନ୍ତି। ଏହା ଶୁଣି ଲୋକେ ହସିବେ।



from Odisha Reporter http://bit.ly/2Igbu04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages