
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।
ମେ’ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମେ’ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ।
ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ବିଧାନସଭା ପାଇଁ ମତଦାନକୁ ସ୍ଥଗିତ ରଖାଯାଇଥିଲା।
from Odisha Reporter http://bit.ly/2vlpyO6
No comments:
Post a Comment