
ମୁମ୍ୱାଇ: ବଲିଉଡ଼ର ଖିଲାଡ଼ି ମାଷ୍ଟର ଅକ୍ଷୟ କୁମାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାକ୍ଷାତକାର ନେଇଥିବା ବେଳେ ଏହା ଏବେ ସୋଶାଲ ମିଡ଼ିଆରେ ଛାଇ ଗଲାଣି। ଏବେ ନିର୍ବାଚନୀ ପାଣିପାଗ ସରଗରମ ଥିବା ସତ୍ତ୍ୱେ ଏଥିରେ କୌଣସି ରାଜନୈତିକ ପ୍ରସଙ୍ଗ ସ୍ଥାନ ପାଇନଥିଲା। ବରଂ ଏହି ସାକ୍ଷାତକାରରେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବହୁତ ହାଲକାପୁଲକା ପ୍ରଶ୍ନ ପଚାରିଥିଲେ। ଏବଂ ନିଜ ଜୀବନର ମଧ୍ୟ ବହୁ ମଜାଳିଆ କଥା ଶେଆର କରିଥିଲେ। ଏହାକୁ ନେଇ ଟିପ୍ପଣୀ ରଖିଛନ୍ତି ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନା।

ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଅକ୍ଷୟଙ୍କୁ କହିଲେ ଯେ, ଟ୍ୱିଟରରେ ସେ ଉଭୟ ଅକ୍ଷୟ ଓ ଟ୍ୱିଙ୍କିଲଙ୍କ ପୋଷ୍ଟକୁ ନିୟମିତ ଭାବେ ଦେଖିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଟିପ୍ପଣୀ ଉପରେ ନିଜ ମତ ରଖିଛନ୍ତି ଟ୍ୱିଙ୍କିଲ। ଟ୍ୱିଙ୍କିଲ ବିଜେପିର ଏକ ଟୁଇଟ୍କୁ ରିଟୁଇଟ୍ କରି କହିଛନ୍ତି, ମୁଁ ଏହାଦ୍ୱାରା ବହୁତ ଖୁସି ଯେ, ପ୍ରଧାନମନ୍ତ୍ରୀ କେବଳ ମୋତେ ଜାଣିଛନ୍ତି ତାହା ନୁହେଁ, ସେ ମୋ କାମ ସମ୍ପର୍କରେ ମଧ୍ୟ ଅବଗତ ରହୁଛନ୍ତି।
କ’ଣ କହିଥିଲେ ମୋଦି
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେଉଥିବା ବେଳେ ଅକ୍ଷୟ କୁମାର ପଚାରିଥିଲେ ଯେ, ବ୍ୟସ୍ତମୟ ସିଡ୍ୟୁଲ୍ ସତ୍ତ୍ୱେ କ’ଣ ଆପଣ ସୋଶାଲ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଉପରେ ନଜର ରଖୁଛନ୍ତି। ଏହାର ଉତ୍ତର ରଖି ମୋଦି କହିଲେ ଯେ,. ଏହାଦ୍ୱାରା ମୋତେ ବାହାର ଦୁନିଆ ସମ୍ପର୍କରେ ବହୁ ଖବର ମିଳିଥାଏ। ମୁଁ ଆପଣଙ୍କର ଓ ଟ୍ୱିଙ୍କିଲଙ୍କ ଟୁଇଟ ମଧ୍ୟ ନିୟମିତ ଭାବେ ଦେଖିଥାଏ। ବିଭିନ୍ନ ପ୍ରସଙ୍ଗ ଉପରେ ଟ୍ୱିଙ୍କିଲ ଟୁଇଟରରେ ନିଜ ମତ ରଖିଥାନ୍ତି। ଖୋଲା ବିଚାରର ଟ୍ୱିଙ୍କିଲ ବେଳେବେଳେ ମୋ ଉପରେ ମଧ୍ୟ ରାଗ ଶୁଝାଇ ଦେଇଥାନ୍ତି। ଏଥିପାଇଁ ଆପଣଙ୍କ ପାରିବାରିକ ଜୀବନରେ ନିହାତି ଭାବେ ଶାନ୍ତି ବଜାୟ ରହୁଥିବ।
ନିର୍ବାଚନୀ ଟେନସନ୍ ସତ୍ତ୍ୱେ ପିଏମ ମୋଦି ବହୁତ ହାଲକାପୁଲକା ଢଙ୍ଗରେ ଅକ୍ଷୟଙ୍କୁ କହିଲେ, ଟ୍ୱିଙ୍କିଲ ପୁରା ରାଗ ମୋ ଉପରେ ଶୁଝାଇ ଦେଉଥିବାରୁ ଆପଣଙ୍କୁ ବହୁତ ଆରାମ ଓ ଶାନ୍ତି ମିଳୁଥିବ। ତେଣୁ ଏପରି ଭାବେ ମୁଁ ଆପଣଙ୍କ କାମରେ ଆସିଲି ବୋଲି ମୋଦି କହିଥିଲେ।
ଅକ୍ଷୟଙ୍କ ସ୍ତ୍ରୀ ଟ୍ୱିଙ୍କିଲ ସୋଶାଲ ମିଡ଼ିଆରେ ପୁରା ଆକ୍ଟିଭ ରହୁଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପିଏମ ମୋଦିଙ୍କୁ ସମାଲୋଚନା କରିବାକୁ ଭୁଲନ୍ତି ନାହିଁ।
I have a rather positive way of looking at this-Not only is the Prime Minister aware that I exist but he actually reads my work
![]()
https://t.co/Pkk4tKEVHm
— Twinkle Khanna (@mrsfunnybones) April 24, 2019
from Odisha Reporter http://bit.ly/2DuRnbk
No comments:
Post a Comment