ଶିବସେନାରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଶିବସେନାରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: କଂଗ୍ରେସର ସମସ୍ତ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତେବେ ଆଜି ପ୍ରିୟଙ୍କା ଶିବସେନାରେ ଯୋଗଦେବେ ବୋଲି ସୂଚନା ମିଳିଛି। ଗତ ୧୭ ତାରିଖରେ ପ୍ରିୟଙ୍କା ଟ୍ବିଟ୍‌ କରି ଦଳ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଉଥିବା ସେ ଦର୍ଶାଇଥିଲେ।

I am absolutely overwhelmed and grateful with the love and support I have got across board from the nation in the past 3 days.
I consider myself blessed with this immense outpouring of support. Thank you to all who have been a part of this journey. pic.twitter.com/WhUYYlwHLj

— Priyanka Chaturvedi (@priyankac19) April 19, 2019

ସୂଚନାଯୋଗ୍ୟ ଯେ, ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରିୟଙ୍କା ଉତ୍ତର ପ୍ରଦେଶର ମଥୁରାରେ ପ୍ରେସ କନଫରେନସ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ ସେ ନିଜ ଦଳର କଂଗ୍ରେସ କର୍ମୀଙ୍କ ଦ୍ୱାରା କମେଣ୍ଟ ମରାର ଶିକାର ହୋଇଥିଲେ। ଏହାପରେ ନିଜ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ଏହାପରେ ପଶ୍ଚିମ ଉତ୍ତର ପ୍ରଦେଶର ପ୍ରଭାରି ଜ୍ୟୋତିର୍ଦାତିଆ ସିନ୍ଧିଆଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟାନୁଷ୍ଠାନ ଶିକାର ହୋଇଥିବା କଂଗ୍ରେସ କର୍ମୀଙ୍କ ଉପରୁ ପ୍ରତିବନ୍ଧକ ହଟାଯାଇଥିଲା। ଏହାକୁ ନେଇ ପ୍ରିୟଙ୍କା ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ନିର୍ବାଚନ ଲଢ଼ିବା ପାଇଁ ପ୍ରିୟଙ୍କା ଆଶା ରଖିଥିବା ବେଳେ ଏଥର ଟିକଟ ମିଳନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ଟ୍ବିଟର ପ୍ରୋଫାଇଲରେ ନିଜକୁ ଜଣେ ‘କଲ୍‌ମନିଷ୍ଟ-ବ୍ଲଗର-ମଦର’ ବୋଲି ଦର୍ଶାଇଛନ୍ତି।



from Odisha Reporter http://bit.ly/2KYYwXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages