ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଚିଙ୍ଗୁଡ଼ି ଦମ୍ ବିରିୟାନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଚିଙ୍ଗୁଡ଼ି ଦମ୍ ବିରିୟାନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରିୟାନି ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଆମେ ବିଭିନ୍ନ ପ୍ରକାର ବିରିୟାନି ଖାଇଛୁ। ଆଜି କିନ୍ତୁ ଚିଙ୍ଗୁଡ଼ି ବିରିୟାନି କିପରି ହୁଏ ଆପଣଙ୍କୁ ଶିଖାଇବୁ। ଏହାର ସ୍ୱାଦ ଅନ୍ୟ ସବୁ  ବିରିୟାନିର ସ୍ୱାଦଠାରୁ ଭିନ୍ନ ହୋଇଥିବା ବେଳେ ଚିଙ୍ଗୁଡ଼ିର ବାସ୍ନା ଏକ ଅଲଗା ପ୍ରକାର ସ୍ୱାଦ ଦେବ। ତେବେ କିପରି ଘରେ ଚିଙ୍ଗୁଡ଼ି ଦମ୍‌ ବିରିୟାନି ପ୍ରସ୍ତୁତ କରିବେ ଜାଣନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

ଚିଙ୍ଗୁଡ଼ି, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର୍‌, ଗରମ ମସଲା, ଲେମ୍ବୁ ରସ, ତେଲ, କଟା ପି଼ଆଜ, ତେଜପତ୍ର, ଲବଙ୍ଗ, ଡାଲଚିନି, ଗୁଜୁରାତି, ଆଳୁ, କଞ୍ଚା ଲଙ୍କା, ଟମାଟୋ, ଦହି, ଲୁଣ, ଜାଇତ୍ରି, ବଡ଼ ଗୁଜୁରାତି, ଲବଙ୍ଗ, ପାନ ମଧୁରୀ, ଧଣିଆ ପତ୍ର, ପୁଦିନା ପତ୍ର, ବିରିୟାନି ଚାଉଳ,ଫୁଡ୍‌ କଲର୍‌।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ସଫା ହୋଇଥିବା ଚିଙ୍ଗୁଡ଼ି ନେଇ ତାକୁ ମ୍ୟାରିନେଟ୍‌ କରନ୍ତୁ। ମ୍ୟାରିନେଟ୍‌ କରିବା ପାଇଁ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର୍‌, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଚିଙ୍ଗୁଡ଼ି ମ୍ୟାରିନେଟ୍‌ ହେବାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
ଏହା ପରେ ଏକ ବଡ଼ ପାତ୍ର ନିଅନ୍ତୁ। ଯେପରି ବିରିୟାନି ସେଥିରେ  ହୋଇ ପାରିବ। ଏହା ପରେ ଗ୍ୟାସ୍‌ରେ ପାତ୍ର ବସାଇ ସେଥିରେ ତେଲ ଗରମ କଲା ପରେ କଟା ହୋଇଥିବା ପିଆଜ ପକାଇ ଲାଲ୍‌ ହେବା ଯାଏ ଫ୍ରାଏ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହା ପରେ ସେଥିରେ ତେଜପତ୍ର, ଲବଙ୍ଗ, ଡାଲଚିନି, ଗୁଜୁରାତି ଏବଂ କଟା ପିଆଜ ପକାଇ ଭାଜନ୍ତୁ।

ଏହା ପରେ ସେଥିରେ କଟା ହୋଇଥିବା ଆଳୁ ପକାନ୍ତୁ। ଏହାକୁ ଆପଣ ବଡ଼ କରି କାଟିବେ। ପିଆଜ ଏବଂ ଆଳୁ ଅଳ୍ପ ଭାଜି ହେଲା ପରେ ସେଥିରେ କଞ୍ଚା ଲଙ୍କା, ଟମାଟୋ, ଜିରା ପାଉଡର୍‌, ଧନିଆ ପାଉଡର୍‌, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ଦହି ପକାଇ ଭଲରେ ଗୋଳାଇ ଦିଅନ୍ତୁ।

ଏବେ ଆପଣ ଆଉ ଏକ ପାତ୍ର ନେଇ ବିରିୟାନି ପାଇଁ ସାଧା ଭାତ କରିବା ପାଇଁ ସେଥିରେ ପାଣି ନେଇ ସେଥିରେ ଲୁଣ, ତେଜପତ୍ର, ଡାଲଚିନି, ଜିରା, ଗୋଲ ମରିଚ, ଗୁଜୁରାତି, ଲବଙ୍ଗ, ଜାଇତ୍ରି, ବଡ଼ ଗୁଜୁରାତି, ପାନ ମଧୁରୀ, ଘିଅ, କଞ୍ଚା ଲଙ୍କା ପକାଇ ପାଣି ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ।

ଏହା ପରେ ଆପଣ ଆଉ ଗୋଟେ ପାତ୍ରରେ କଷାଉଥିବା ମସଲାରେ ପୂର୍ବରୁ ମ୍ୟାରିନେଟ୍‌ ହୋଇଥିବା ଚିଙ୍ଗୁଡ଼ି ପକାଇ ଭଲରେ କଷାଇ ଦିଅନ୍ତୁ। ମସଲା ସହ ଚିଙ୍ଗୁଡ଼ି ଭଲରେ କଷାଇ ହେଲା ପରେ ଗ୍ୟାସ୍‌ ବନ୍ଦ କରି ସେଥିରେ ଧନିଆ ପତ୍ର, ପୁଦିନା ପତ୍ର ପକାଇ ଭଲରେ ଗୋଳାଇ ଦିଅନ୍ତୁ।

ଅନ୍ୟପଟେ ଆପଣ ବସାଇଥିବା ପାଣି ଫୁଟି ଆସିଲେ ସେଥିରେ ବିରିୟାନି ଚାଉଳ ପକାଇ ଫୁଟିବାକୁ ଛାଡ଼ିଦିଅନ୍ତୁ। ଚାଉଳ ଅଧା ହୋଇ ଆସିଲେ ପାଣିରେ ଚାଉଳକୁ ଛାଣି ଏକ ପାତ୍ରରେ ରଖନ୍ତୁ।

ଏବେ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ମସଲାରୁ ଅଧା ମସଲା ଏକ ପାତ୍ରରେ ବାହାର କରି ରଖନ୍ତୁ। ଏହା ପରେ ପାତ୍ରରେ ଥିବା ମସଲାରେ ଅଧା ଭାତ ପକାଇ ପୂର୍ବରୁ ଛଣା ହୋଇଥିବା ପିଆଜ, କଟା ଧଣିଆ ପତ୍ର, ପୁଦିନା ପତ୍ର ପକାଇ ବାକି ଥିବା ଚିଙ୍ଗୁଡ଼ି ମସଲାକୁ ସେଥିରେ ପକାନ୍ତୁ।

ଏହାପରେ ପୁଣି ଭାତ ଦେଇ ସେଥିରେ ଛଣା ପିଆଜ, କଟା ଧନିଆ ପତ୍ର, ପୁଦିନା ପତ୍ର, ଘିଅ, ଫୁଡ୍‌ କଲର୍‌ ପକାଇ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ। ଏହା ପରେ ବିରିୟାନିକୁ ଦମ୍‌ ଦେବା ପାଇଁ ୨୦ ମିନିଟ୍‌ ଅଳ୍ପ ଆଞ୍ଚରେ ଗ୍ୟାସ୍‌ରେ ବସାନ୍ତୁ।

ଏହା ପରେ ଗ୍ୟାସ୍‌ ବନ୍ଦ କରି ୫ରୁ ୧୦ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ।  ଆପଣ ଚିଙ୍ଗୁଡ଼ି ଦମ୍‌ ବିରିୟାନିକୁ ଖୋଲି ନିଜେ ଖାଇବା ସହ ଅନ୍ୟମାନଙ୍କୁ ପରସନ୍ତୁ।



from Odisha Reporter http://bit.ly/2Vb2VdM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages