ଖରାଦିନେ ଅଧିକ ପରିମାଣରେ କାକୁଡ଼ି ଖାଉଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଖରାଦିନେ ଅଧିକ ପରିମାଣରେ କାକୁଡ଼ି ଖାଉଛନ୍ତି କି ?

kukumber

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖରାଦିନ ଆସିବା ମାତ୍ରେ  କାକୁଡ଼ି ଓ ତରଭୁଜର ଚାହିଦା ବଢ଼ିଯାଏ। ବଜାରରେ ଏହି ଫଳ ପ୍ରଚୁର ପରିମାଣରେ ମିଳିଥାଏ।   ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍‌ ରଖିବା ପାଇଁ ଲୋକମାନେ ମଧ୍ୟ ଖରାଦିନେ ଏହାକୁ ଅଧିକ ମାତ୍ରରେ ଖାଇଥାନ୍ତି। ଆଉ ପ୍ରାୟ ସମସ୍ତେ ଭାବିଥାନ୍ତି ଯେ, ଏସବୁ ପ୍ରଚୁର ପରିମାଣରେ ଖାଇଲେ ଶରୀରର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସେମିତି ନୁହେଁ ଏସବୁ ଜିନିଷ  ଅଧିକ ଖାଇବା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇନଥାଏ।  ସେଥିମଧ୍ୟରୁ କାକୁଡ଼ି ଅଧିକ ଖାଇବା ଦ୍ୱାରା ଶରୀରର ଉପକାର ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କ’ଣ ସବୁ କ୍ଷତି ହୋଇଥାଏ।

୧. କାକୁଡ଼ିରେ କୁକୁର୍‌ବିଟିନେସ୍‌ ନାମକ ବିଷାକ୍ତ ପଦାର୍ଥ ରହିଥାଏ । ଆପଣ ଯେତେ ଅଧିକ କାକୁଡ଼ି ଖାଇବା ଆରମ୍ଭ କରିବେ, ସେତେ ପରିମାଣରେ ଏହି ବିଷାକ୍ତ ପଦାର୍ଥ ଆପଣଙ୍କ ଶରୀରକୁ ପ୍ରବେଶ କରିବ । ଯାହାଦ୍ୱାରା ଆପଣଙ୍କ ଲିଭର, କିଡ୍‌ନୀ ଏବଂ ମୁତ୍ରାଶୟ ସମତେ ଶରୀରର ଅନ୍ୟ ଅଙ୍ଗରେ ଛାଲ ପଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ।

୨.ଯଦି ଆପଣଙ୍କର ଶ୍ୱାସ ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ଅଧିକ କାକୁଡ଼ି ଖାଆନ୍ତୁ ନାହିଁ । ଖାସ୍‌ କରି ରାତି ସମୟରେ ଏହାକୁ ଖାଇବା ବନ୍ଦ କରନ୍ତୁ।

୩.ଅଧିକ କାକୁଡ଼ି ଖାଇବା ଦ୍ୱାରା ଆପଣଙ୍କୁ ପେଟ ଭରି ରହିବା ଭଳି ରହିବା ଭଳି ଅନୁଭବ ହେବ । କାକୁଡ଼ିରେ ଫାଇବର ମାତ୍ରା ଅଧିକ ରହିଥାଏ । ଯାହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

୪. କାକୁଡ଼ିରେ ଭିଟାମିନ୍‌ ସି ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ଫ୍ରି-ରାଡିକାଲ ବଢ଼ି ଯାଇଥାଏ। ଯାହାଦ୍ୱାରା କର୍କଟ ରୋଗ, ମୁହଁରେ ଦାଗ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।



from Odisha Reporter http://bit.ly/2PfXIMp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages