୧୯ ରାଜନୀତି: ଏଯାଏଁ ଖାଇଲାଣି ୨ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

୧୯ ରାଜନୀତି: ଏଯାଏଁ ଖାଇଲାଣି ୨ ମୁଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନ। ଯେତିକି ପାଖକୁ ଆସୁଛି, ସେତିକି ରକ୍ତାକ୍ତ ଦିଶୁଛି। କେଉଁଠି ହତ୍ୟାକାଣ୍ଡ ତ କେଉଁଠି ଅପହରଣ, ପୁଣି କେଉଁଠି ଗଣ୍ଡଗୋଳ, ମାର୍‌ପିଟ୍‌। ଦିନକୁ ଦିନ ବଢୁଛି ଏସବୁ।  ପ୍ରଥମେ ଦଳ ଦଳ ମଧ୍ୟରେ କାଦୁଅ ଛଟାଛଟି ଚାଲିଥିଲା। ଏବେ କିନ୍ତୁ ସମସ୍ତେ ସବୁ ସୀମା ସରହଦ ଟପି ସାରିଲେଣି। ହତ୍ୟାକାଣ୍ଡ ବି ସାଧାରଣ ଘଟଣା ହୋଇଗଲାଣି।  ରାଜୀନତିରେ ଏହି ରକ୍ତଛିଟା  ସାଧାରଣ ଭୋଟରଙ୍କୁ ଯେତିକି ଭୟଭୀତ କରୁଛି, ସଚେତନ ମଣିଷଙ୍କୁ ରାଜନୀତିରୁ ସେତିକି ଦୂରେଇ ନେଉଛି।  

ଗତକାଲି ଖୋର୍ଦ୍ଧାର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧାର ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସେହିପରି କେନ୍ଦୁଝରରେ ମଧ୍ୟ ଏକ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ମାର୍ଚ୍ଚ ଶେଷ ସପ୍ତାହରେ। ଜଣେ ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ଦୁର୍ବୃତ୍ତମାନେ ହାଣି ପକାଇଥିଲେ। ତାଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା। କୁହାଯାଉଛି, ରାମଚନ୍ଦ୍ର ଏଥର ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥାନ୍ତେ। ସେଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇ ଯାଇଥିଲା। ତେବେ ତାଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଠାରେ ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ବଢିଚାଲିଛି।

ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ହିଂସାକାଣ୍ଡ ଦେଖିବାକୁ ମିଳିଛି। ସ୍ଥାନୀୟ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଅଭିଯୋଗ ଆଣିଛନ୍ତି। ହାରିଯିବା ଭୟରେ ବିଜେଡି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମର୍ଥକ ଓ କର୍ମୀ ମନୋରଞ୍ଜନଙ୍କୁ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ବଲାଙ୍ଗୀରରେ ବିଡିଓଙ୍କୁ ଅପହରଣ କରାଯିବା ପରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ବଲାଙ୍ଗୀର ସଦର ଥାନାରେ ବିଜେଡି ଅଫିସରେ ପଶି କଂଗ୍ରେସ କର୍ମୀ ଆକ୍ରମଣ କରାଯାଇଛି। ଏଥିରେ ଜଣେ କର୍ମୀ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।
ତେବେ ଏହିପରି ହିଂସା ଘଟଣାକୁ ଦେଖିଲେ ଆଗାମୀ ନିର୍ବାଚନ ପରିସ୍ଥିତି କ’ଣ ହେବ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।



from Odisha Reporter http://bit.ly/2Dg9EZJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages