ମୋ ଜୀବନ ପ୍ରତି ବିପଦ ଅଛି: ଉର୍ମିଲା ମାତୋଣ୍ଡକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ମୋ ଜୀବନ ପ୍ରତି ବିପଦ ଅଛି: ଉର୍ମିଲା ମାତୋଣ୍ଡକର

ମୁମ୍ବାଇ: ଅଭିନେତ୍ରୀରୁ ରାଜନୀତିରେ ପ୍ରବେଶ କରିଥିବା ଉର୍ମିଲା ମାତୋଣ୍ଡକରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ସେ ଦାବି କରିଛନ୍ତି। ଏନେଇ ସେ ବିଧିବଦ୍ଧ ଭାବେ ପୁଲିସ୍‌ ନିକଟରେ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଉର୍ମିଲା କଂଗ୍ରେସ ଟିକେଟ୍‌ରୁ ଏଥର ଉତ୍ତର ମୁମ୍ବାଇରୁ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଛନ୍ତି।

ଆଜି ସେ ଉପକଣ୍ଠ ଅଞ୍ଚଳରେ ପ୍ରଚାର କରୁଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଦେଖିବାକୁ ମିଳିଥିଲା। ଏହାପରେ ଉର୍ମିଲା ବିଜେପି ଉପରେ ଜୋରଦାର ହମ୍‌ଲା କରିଛନ୍ତି। ସେ କହିଛନ୍ତି, ବିଜେପି ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଆରମ୍ଭରୁ ବିଜେପି ଏମିତି କରୁଛି। ଆଗକୁ ଏହା ଭୟଙ୍କର ହିଂସାର ରୂପ ନେଇପାରେ। ତେଣୁ ମୋ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିବା ଉର୍ମିଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଉର୍ମିଲା ଦଳୀୟ ସମର୍ଥକଙ୍କ ସହ ବୋରିଭିଲି ଷ୍ଟେସନ୍‌ ବାହାରେ ପ୍ରଚାର କରୁଥିଲେ। ଏହି ସମୟରେ କିଛି ବିଜେପି ସମର୍ଥକ ସେଠାରେ ପହଞ୍ଚି “ମୋଦି ମୋଦି’ ନାରାବାଜି କରିଥିଲେ। ଏହାକୁ କଂଗ୍ରେସ କର୍ମୀମାନେ ବିରୋଧ କରିବାକୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଉର୍ମିଲା ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2VMeDZo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages