ସତ୍ୟପାଠ କରି କହିଲେ ଆଇନଜୀବୀ, ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଅଭିଯୋଗ ଷଡ଼ଯନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ସତ୍ୟପାଠ କରି କହିଲେ ଆଇନଜୀବୀ, ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଅଭିଯୋଗ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ମାମଲାକୁ ‘ଷଡ଼ଯନ୍ତ୍ର’ କହି ଅଡୁଆରେ ପଡ଼ିଥିବା ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ଅଭିଯୋଗକୁ ‘ଷଡ଼ଯନ୍ତ୍ର’ ବୋଲି କହିବା ପରେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଇନଜୀବୀ ଉତ୍ସବଙ୍କୁ ନୋଟିସ କରିଥିଲେ।

ଆଜି କୋର୍ଟରେ ସିସିଟିଭି ଫୁଟେଜ ଦାଖଲ କରିଛନ୍ତି ଆଇନଜୀବୀ ଉତ୍ସବ ବେନସ। ଅଭିଯୋଗ ଆଣିଥିବା ମହିଳାଙ୍କ ପୂର୍ବରୁ ଉତ୍ସବଙ୍କୁ ଜଣେ ଅଜଣା ବ୍ୟକ୍ତି ୧.୫ କୋଟି ଟଙ୍କାର ଅଫର ଦେଇଥିଲେ ଏପରି ଅଭିଯୋଗ ଆଣିବାକୁ। ଏଥିପାଇଁ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ସାମ୍ୱାଦିକ ସମ୍ମିଳନୀ କରିବାକୁ ହେବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ ସର୍ତ୍ତ ରଖିଥିଲେ। କିନ୍ତୁ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ବୋଲି ଉତ୍ସବ କହିଥିଲେ।
ସତ୍ୟପାଠ ଦାଖଲ କରିବା ପରେ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳଙ୍କୁ ସିବିଆଇ ନିର୍ଦ୍ଦେଶକ, ଗୁଇନ୍ଦା ମୁଖ୍ୟ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ତାଙ୍କ ପ୍ରକୋଷ୍ଠକୁ ଆସିବା ପାଇଁ  କହିଛନ୍ତି। ଏହି ମାମଲାରେ ଅପରାହ୍ନ ୩ଟାରେ ସ୍ୱତନ୍ତ୍ର କମିଟି ଗଠନ ହେବ ବୋଲି ଖଣ୍ଡପୀଠ କହିଛନ୍ତି।


from Odisha Reporter http://bit.ly/2GDyEML

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages