ଏବେ ଚାହିଁଲେ ବି କାହାକୁ ଗ୍ରୁପ୍‌ରେ ଆଡ୍‌ କରିପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ଏବେ ଚାହିଁଲେ ବି କାହାକୁ ଗ୍ରୁପ୍‌ରେ ଆଡ୍‌ କରିପାରିବେନି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଉ ଏଣିକି ଆପଣ ନିଜେ ନ ଚାହିଁଲେ ଆପଣଙ୍କୁ କେହି କୌଣସି ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ଆଡ୍‌ କରିପାରିବେ ନାହିଁ। କୌଣସି ଗ୍ରପୁର ଆଡ୍‌ମିନ୍‌ ଆପଣଙ୍କ ବିନା ଅନୁମତିରେ ଆପଣଙ୍କୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୁପ୍‌ରେ ଜଣେ ସଦସ୍ୟ ଭାବେ ବାଛିପାରିବେ ନାହିଁ।
ଏଥିପାଇଁ ହ୍ୱାଟ୍‌ସ୍‌ଆପ୍‌ ଏକ ନୂଆ ଫିଚର୍‌ ଆଣିଛି ବୋଲି ବୁଧବାର ଘୋଷଣା କରିଛି। ଭାରତ ସରକାର ଏଭଳି ବ୍ୟବସ୍ଥା କରିବା ପାଇଁ ହ୍ୱାଟ୍‌ସ୍‌ଆପ୍‌କୁ ଅନୁରୋଧ କରିଥିବା ବେଳେ ହ୍ୱାଟ୍‌ସ୍‌ଆପ୍‌ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିଛି।

ସୂଚନା ଅନୁସାରେ ବର୍ତ୍ତମାନ ସୁଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ନ ଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ହ୍ୱାଟ୍‌ସ୍‌ଆପ୍‌ ୟୁଜରଙ୍କ ଫୋନ୍‌ରେ ଏହା କାର୍ଯ୍ୟକାରୀ ହୋଇ ସାରିଛି। ଖୁବ୍‌ ଶୀଘ୍ର ସପ୍ତାହେ ମଧ୍ୟରେ ଏହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେବ ବୋଲି ହ୍ୱାଟ୍‌ସ୍‌ଆପ୍‌ ପ୍ରକାଶ କରିଛି।
ହ୍ୱାଟ୍‌ସ୍‌ଆପ୍‌ର କହିବା ଅନୁସାରେ, ଏହି ସୁବିଧା ପାଇବା ପାଇଁ ହେଲେ ୟୁଜର ପ୍ରଥମେ setting କୁ ଯିବେ। ତା’ ପରେ Account>Privacy> Groups। ଏହା ପରେ ‘Nobody’, ‘My contacts’ ବା ‘Everyone’ ଭଲି ତିନୋଟି ବିକଳ୍ପ ପାଇବେ।

Nobody ର ଅର୍ଥ ହେଉଛି ଆପଣଙ୍କୁ ଯେଉଁ ଗ୍ରୁପ୍‌ରେ ସାମିଲ୍‌ ହେବା ପାଇଁ ନିମନ୍ତ୍ରଣ କରାଯିବ ତାହାକୁ ଆପଣ ଚାହିଁଲେ ଗ୍ରହଣ କରି ପାରିବେ ନ ଚେତ୍‌ ପ୍ରତ୍ୟାଖ୍ୟାନ କରିପାରିବେ। ୩ଦିନ ମଧ୍ୟରେ ଗ୍ରହଣ ନ କଲେ ତାହା ଆପଣାଛାଏଁ ପ୍ରତ୍ୟାଖ୍ୟାନ ହୋଇଗଲା ବୋଲି ଧରାଯିବ। ଯଦିଓ ଏ ସମ୍ପର୍କିତ ବିସ୍ତ୍ରୃତ ସୂଚନା ଦିଆଯାଇ ନାହିଁ ତେବେ ଖୁବ୍‌ ଶୀଘ୍ର ଏହି ନୂତନ ବୈଶିଷ୍ଟ୍ୟ ସମ୍ପର୍କରେ ସବିଶେଷ ସୂଚନା ମିଳିବା ନେଇ ଆଶା କରାଯାଉଛି।



from Odisha Reporter https://ift.tt/2CSeiwZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages