ହ୍ୱାଟସ୍‌ଆପ୍‌ ଜାରିକଲା ନୂଆ ଗାଇଡ୍‌ ଲାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ହ୍ୱାଟସ୍‌ଆପ୍‌ ଜାରିକଲା ନୂଆ ଗାଇଡ୍‌ ଲାଇନ୍‌

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହ୍ୱାଟସ୍‌ଆପ ପକ୍ଷରୁ ଏହାର ବ୍ୟବହାରକାରୀଙ୍କ ପାଇଁ କିଛି ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଣିକି ହ୍ୱାଟସ୍‌ଆପ ବ୍ୟବହାରକାରୀଙ୍କୁ କୌଣସି ଗ୍ରୁପ୍‌ରେ କେହି ବି ଅଜଣା ଲୋକ ସାମିଲ କରିପାରିବେ ନାହିଁ।

ଯଦି କେହି ଜଣେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍‌ରେ ସାମିଲ କରିବାକୁ ଚାହେଁ, ତେବେ ଏହା ପୂର୍ବରୁ ପ୍ରଥମେ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମତି ନେବାକୁ ପଡ଼ିବ। ଏଥିସହ ଏକାସଙ୍ଗରେ ଜଣେ ବ୍ୟକ୍ତି ୫ ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ମେସେଜ ପଠାଇ ପାରିବ ନାହିଁ। ଆସନ୍ତା ସାଧାରଣ ନିର୍ବାଚନରେ ସୋଶାଲ୍‌ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହାକୁ ଦୃଷ୍ଟିରେ ରଖି ହ୍ୱାଟସ୍‌ଆପ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।
କମ୍ପାନୀ ପକ୍ଷରୁ ଜାରି ବିବୃତି ଅନୁସାରେ, ହ୍ୱାଟସ୍‌ଗ୍ରୁପ୍‌ ଦ୍ୱାରା ଅନେକ ଲୋକ ପରସ୍ପର ସହ ଯୋଡ଼ି ହୋଇ ରହୁଛନ୍ତି। ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗ, କୋୱାର୍କର୍ସମାନେ ଏକ ଗ୍ରୁପ୍‌ କରି ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି। ତେବେ ବେଳେ କିଛି ଅଜଣା ବ୍ୟକ୍ତି ଏକ ଗ୍ରୁପ୍‌ ତିଆରି କରି ଅନ୍ୟମାନଙ୍କୁ ଏଥିରେ ସାମିଲ କରିଦେଉଛନ୍ତି।

କିନ୍ତୁ ଏବେ ଆଉ ସେମିତି ହୋଇପାରିବ ନାହିଁ, ଯଦି କେହି ଜଣେ ବ୍ୟକ୍ତିଙ୍କୁ ଗ୍ରୁପ୍‌ରେ ସାମିଲ କରିବାକୁ ଚାହିଁବ, ତା’ହେଲେ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମତି ନେବାକୁ ପଡ଼ିବ। ସେ ଅନୁମତି ଦେବା ପରେ ହିଁ ଗ୍ରୁପ୍‌ରେ ସାମିଲ ହୋଇପାରିବେ। ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀ ସେଟିଂକୁ ଯାଇ ସେଠାରେ ଥିବା ୩ଟି ବିକଳ୍ପ ‘ନୋ ବଡି(କେହି ନୁହଁ), ମାଇଁ କଣ୍ଟାକ୍ଟ(କେବଳ ମୋ ଫୋନ୍‌ରେ ଥିବା ନମ୍ବର) ଓ ଏଭ୍ରିୱାନ୍‌(ସମସ୍ତଙ୍କ ପାଇଁ)’ ମଧ୍ୟରୁ ଯେ କୌଣସି ଗୋଟିଏ ବିକଳ୍ପକୁ ବାଛି ପାରିବେ। ଯଦି କେହି ନୋ ବଡି ବିକଳ୍ପକୁ ଚୟନ କରୁଛନ୍ତି, ତା’ହେଲେ ତାଙ୍କ ବିନା ଅନୁମତିରେ କେହି ବି ତାଙ୍କୁ କୌଣସି ଗ୍ରୁପ୍‌ରେ ସାମିଲ କରିପାରିବେ ନାହିଁ। ଯିଏ ବି ଆପଣଙ୍କୁ ଗ୍ରୁପ୍‌ରେ ସାମିଲ କରିବାକୁ ଚାହିଁବ, ସେ ପ୍ରଥମେ ଏଥିପାଇଁ ଅନୁମତି ମାଗିବେ।

ସେହିପରି ମାଇଁ କଣ୍ଟାକ୍ଟ ବିକଳ୍ପ ଚୟନ କଲେ, କେବଳ ସଂପୃକ୍ତ ବ୍ୟକ୍ତିଙ୍କ ଫୋନ୍‌ରେ ଥିବା ନମ୍ବର ଗୁଡ଼ିକ ମଧ୍ୟରୁ କେହି ବି ତାଙ୍କୁ ଯେକୌଣସି ଗ୍ରୁପ୍‌ରେ ସାମିଲ କରିପାରିବ। ତେବେ ଆପଣଙ୍କୁ କୌଣସି ଗୋଟିଏ ଗ୍ରୁପ୍‌ରେ ସାମିଲ କରିବାକୁ ଚାହୁଁଥିବା ବ୍ୟକ୍ତି ଜଣଙ୍କ ପ୍ରଥମେ ବ୍ୟକ୍ତିଗତ ଆପଣଙ୍କୁ ଏକ ମେସେଜ୍‌ ପଠାଇବେ। ଏହାକୁ ଜଣେ ବ୍ୟକ୍ତି ୩ ଦିନ ମଧ୍ୟରେ ଗ୍ରହଣ କରିବେ କିମ୍ବା ଅଗ୍ରାହ୍ୟ କରିବେ।

କାରଣ ୩ ଦିନ ପରେ ଏହା ଆପେଆପେ ଅବୈଧ ହୋଇଯିବ। ଏହାଦ୍ୱାରା ଗ୍ରୁପ୍‌ରେ ଆସୁଥିବା ମେସେଜ୍‌ ଉପରେ ଜଣେ ବ୍ୟକ୍ତିଙ୍କ ଅଧିକ ନିୟନ୍ତ୍ରଣ ରହିପାରିବ।” କିଛି ହ୍ୱାଟସ୍‌ଆପ ବ୍ୟବହାରକାରୀଙ୍କ ପାଇଁ ଆଜିଠାରୁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆସନ୍ତା କିଛି ଦିନ ମଧ୍ୟରେ ସମଗ୍ର ଦେଶରେ ଏହାକୁ ଲାଗୁ କରାଯିବ। ବର୍ତ୍ତମାନ ଦେଶରରେ ହ୍ୱାଟସ୍‌ଆପ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୦ ମିଲିୟନ ରହିଛି।



from Odisha Reporter https://ift.tt/2Veoqr7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages