କାଏମ ରହିଲା ରାହୁଲ ଗାନ୍ଧିଙ୍କ ନାମାଙ୍କନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

କାଏମ ରହିଲା ରାହୁଲ ଗାନ୍ଧିଙ୍କ ନାମାଙ୍କନ

ଆମେଠି : ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନ ପାଇଁ ନାମାଙ୍କନ ଭରିଥିବା ରାହୁଲ ଗାନ୍ଧିଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଆମେଠି ନିର୍ବାଚନ ଅଧିକାରୀ ରାହୁଲଙ୍କ ନାମାଙ୍କନରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟ କରିଛନ୍ତି। ଆମେଠିର ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ସମେତ ବିଜେପି ରାହୁଲଙ୍କ ପ୍ରାର୍ଥୀପତ୍ରକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନର ଅନେକ ସ୍ଥାନରେ ତ୍ରୁଟି ଥିବାରୁ ରାହୁଲଙ୍କ ନାମାଙ୍କନ ରଦ୍ଦ କରିବା ପାଇଁ ଦାବି ହୋଇଥିଲା। 
 
ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଥିଲେ ସେଥିରେ ତାଙ୍କର ଲାଭ କ୍ଷତିର ତଥ୍ୟ ନଥିଲା ଓ ଶିକ୍ଷାଗତ ଯୋଗ୍ୟତା ଆଦି ତଥ୍ୟରେ ଅନେକ ତ୍ରୁଟି ଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ କହିଥିଲେ।
 
ବିଜେପି ମଧ୍ୟ ସମାନ ଅଭିଯୋଗ ଉଠାଇବା ସହିତ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲା। ବିନା ଏମ.ଏରେ ରାହୁଲ ଗାନ୍ଧି କିଭଳି ଗୋଟିଏ ବିଦେଶୀ ବିଶ୍ଵବିଦ୍ୟାଳୟରୁ ଏମ.ଫିଲ୍ ସାର୍ଟିଫିକେଟ ପାଇଛନ୍ତି ସେ ନେଇ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ ସୁବ୍ରମନ୍ୟନ ସ୍ୱାମୀ ପ୍ରଶ୍ନ କରିଥିଲେ।


from Odisha Reporter http://bit.ly/2IAu30a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages