ଦିଲ୍ଲୀ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ଲଢ଼ିବେନି ସିବଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଦିଲ୍ଲୀ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ଲଢ଼ିବେନି ସିବଲ

ନୂଆଦିଲ୍ଲୀ: ଦିଲ୍ଲୀ ଲୋକସଭାର ୭ଟି ଆସନରୁ ୬ଟି ଆସନ ପାଇଁ ନାମାଙ୍କନ ଭରିବାରର ଦୁଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ମେ ୧୨ରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ମତଦାନ ହେବ।
 
ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିଲ୍ଲୀ ପିସିସି ସଭାପତି ଶୀଲା ଦୀକ୍ଷିତ ନିର୍ବାଚନ ଲଢ଼ିବେ। ବିଜେପିରୁ ସାଂସଦ ମନୋଜ ତିୱାରୀ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଶୀଲା ଦୀକ୍ଷିତଙ୍କ ପୂର୍ବତନ ଲୋକସଭା ଆସନ ନୂଆଦିଲ୍ଲୀରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀର ପୂର୍ବତନ ପିସିସି ସଭାପତି ଅଜୟ ମାକେନ। 

 
ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିବା ଆସନ ଦକ୍ଷିଣ ଦିଲ୍ଲୀରେ କଂଗ୍ରେସ ରମେଶ କୁମାରଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି। ରମେଶ ୧୯୮୪ ମସିହା ଶିଖ ଦଙ୍ଗା ଘଟଣା ପାଇଁ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ସଜ୍ଜନ କୁମାରଙ୍କ ଭାଇ ବୋଲି ଜଣାପଡ଼ିଛି।
 
ସେହିପରି ଚାନ୍ଦିନୀଚୌକ ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ସ୍ଥାନରେ ଜେ.ପି ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି। ଆମ ଆଦମି ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିଶଙ୍କୁ ଅବସ୍ଥା ଥିବାରୁ କପିଲ ସିବଲ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିନଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ତଥା ଚାନ୍ଦିନୀଚୌକର ସାଂସଦ ଡାକ୍ତର ହର୍ଷ ବର୍ଦ୍ଦନ ପୁଣି ସମାନ ଆସନରୁ ପ୍ରାର୍ଥୀ ହୋଇଛନ୍ତି।
 
ପୂର୍ବ ଦିଲ୍ଲୀରୁ ଅରବିନ୍ଦର ସିଂହ ଲଭଲି ପ୍ରାର୍ଥୀ ହୋଇଥିବା ବେଳେ ଉତ୍ତର ପଶ୍ଚିମ ଦିଲ୍ଲୀରୁ ରାଜେଶ ଲିଲୋଠିଆ ଏବଂ ପଶ୍ଚିମ ଦିଲ୍ଲୀରୁ ମହାବଲ ମିଶ୍ର ପ୍ରାର୍ଥୀ ହୋଇଛନ୍ତି।
 
ସପ୍ତାହେ ପୂର୍ବରୁ ଆମ ଆଦମି ପାର୍ଟି ମଧ୍ୟ ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଦେଇଛି। ବିଜେପି ମଧ୍ୟ ଗତକାଲି ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ୪ ଆସନର ସାଂସଦଙ୍କୁ ପୁଣି ଚଳିତଥର ବିଜେପି ପ୍ରାର୍ଥୀ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ବିଜୟୀ ହୋଇଥିଲା।


from Odisha Reporter http://bit.ly/2XsjgYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages