ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌; ଜଣେ ଶିଶୁ ମୃତ, ୨୦ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌; ଜଣେ ଶିଶୁ ମୃତ, ୨୦ଆହତ

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍‌କୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇଛି। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଶିଶୁର ଘର କେନ୍ଦୁଝର ପିପିଳିଆରେ ବୋଲି ଜଣାପଡ଼ିଛି। ତାର ବୟସ ୬ବର୍ଷ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଯାଉଥିବା ଘରୋଇ ବସ୍ ରାକେଶକୁ କାଞ୍ଜିପାଣି ଘାଟିରେ ଏକ ଲୁହାପଥର ବୋଝେଇ ଟ୍ରକ ପଛରୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଗାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବାଳେ ଟ୍ରକଟି ପୋଲ ତଳକୁ ଓଲଟି ପଡ଼ିଥିଲା। ଏଥିରେ ୨୦ ଜଣ ଆହତ ହୋଇଥିଲେ। ଶିଶୁଟି ରାସ୍ତାକୁ ଛିଟିକି ପଡ଼ି ବସ୍ ତଳେ ଚାପି ହୋଇଯାଇଥିଲା। କାଞ୍ଜିପାଣି ପୁଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

ଶିଶୁଟି ପରିବାର ଲୋକଙ୍କ ସହ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଉରକେଲା ଯାଉଥଲା। ତେବେ ଟ୍ରକ ଡ୍ରାଇଭରର କୌଣସି ଖୋଜଖବର ମିଳିନାହିଁ।



from Odisha Reporter http://bit.ly/2Gvw4aq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages