
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ ଭଙ୍ଗାରୁଜା ସହ ପ୍ରିଜାଇ଼ଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ।
ତେବେ ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହାସହ ଗୋଟିଏ ରିଭଲଭର ଓ ୬ ରାଉଣ୍ଡ ଗୁଳି ଜବତ ହୋଇଛି।
ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ଆଦୌ ସଂପୃକ୍ତି ନାହିଁ ବୋଲି ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ଏନେଇ ପୁରୀ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି,“ ବୁଥ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବା। ଏହାସହ ଇଭିଏମ୍ ମେସିନ୍ ଭାଙ୍ଗିବା ଏହା ଏକ ସଙ୍ଗୀନ ମାମଲା। ଓମ୍ ପ୍ରକାଶ ମିଶ୍ରଙ୍କୁ ଧରିବା ପାଇଁ ତିନୋଟି ଟିମ୍ କରାଯାଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛୁ। ବିଭିନ୍ନ ସ୍ଥାନ ଚଢ଼ଉ ଚାଲିଛି। ଆବଶ୍ୟକ ହେଲେ ଆମେ ତାଙ୍କୁ ପଳାତକ ଘୋଷଣା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”
from Odisha Reporter http://bit.ly/2XKG72h
No comments:
Post a Comment