୧୦ରେ ରାହୁଲ, ୧୭ରେ ସ୍ମୃତି ଇରାନୀ ଆମେଥି ଆସନ ପାଇଁ ନାମାଙ୍କନ ଭରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

୧୦ରେ ରାହୁଲ, ୧୭ରେ ସ୍ମୃତି ଇରାନୀ ଆମେଥି ଆସନ ପାଇଁ ନାମାଙ୍କନ ଭରିବେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧି ଏପ୍ରିଲ ୧୦ ତାରିଖରେ, ବିଜେପିରୁ ସ୍ମୃତି ଇରାନୀ ୧୭ ତାରିଖରେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି। ରାହୁଲ ନାମାଙ୍କନ ଭରିବା ବେଳେ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ମାଆ ସୋନିଆ ଗାନ୍ଧି ଉପସ୍ଥିତ ରହିବେ। କଂଗ୍ରେସ ମୁଖପାତ୍ର ଅନୀଲ ସିଂହ ଏହି ସୂଚନା ଦେଇଛନ୍ତି।

ଆମେଥି ଲୋକସଭା ଆସନ ପାଇଁ ମେ ୬ର ଭୋଟ ପଡ଼ିବ। ତେବେ ୧୦ ଏପ୍ରିଲରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନରେ ରାହୁଲ ଗାନ୍ଧି ନାମାଙ୍କନ ଭରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ନାମାଙ୍କନ ଭରିବା ପୂର୍ବରୁ ଭଉଣୀ ଓ ମାଆଙ୍କ ସହିତ ମିଶି ଆମେଥିରେ ଏକ ବିଶାଳ ରୋଡ଼’ ଶୋ କରିବାର ମଧ୍ଯ କାର୍ଯ୍ଯକ୍ରମ ରହିଛି।

ସୂଚନାଯୋଗ୍ଯ ରାହୁଲ ଗାନ୍ଧି ଚଳିତଥର ଦୁଇଟି ଆସନରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି। କେରଳ ୱାୟାନାଡ଼ ଆସନ ପାଇଁ ଗୁରୁବାର ଦିନ ନାମାଙ୍କନ ଭରିଥିବାବେଳେ ୧୦ ତାରିଖରେ ଆମେଥି ଆସନ ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ସେହିପରି ୟୁପିଏ ଅଧ୍ଯକ୍ଷା ତଥା ରାହୁଲଙ୍କ ମାଆ ସୋନିଆ ୧୧ ତାରିଖରେ ରାଏବରେଲି ଆସନ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2uXDk9L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages