ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ: ମୋଦି

modi

ଭୁବନେଶ୍ୱର(ଓଡ଼ିଶାର ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସକାଳେ ଓଡ଼ିଆରେ ଏକ ଟ୍ୱିଟ୍ କରିଥିଲେ।

ଏଥିରେ ସେ ଲେଖିଥିଲେ, ଓଡିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ। ବିଜେପି ରେକର୍ଡ ସଂଖ୍ୟକ ଆସନ ସହ ବିଜୟ ଲାଭ କରିବ। ଜନ ସାଧାରଣ ବିଜେଡି ଓ କଂଗ୍ରେସ ଉଭୟକୁ ପ୍ରତ୍ୟାଖ୍ୟାନ କରିବେ।

ଏ ଖବର ଲେଖାଯିବା ବେଳକୁ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗୁ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ। ସୁନ୍ଦରଗଡ଼ ସଭା ପରେ ସେ ସୋନପୁର ଯିବେ।

ମୋଦି ଗତ ୨୯ ତାରିଖରେ ଜୟପୁର ଓ ୨ ତାରିଖରେ ଭବାନୀପାଟଣା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସୂଚନାଯୋଗ୍ୟ, ୨ ତାରିଖରେ ପ୍ରଧାନମନ୍ତ୍ରୀ ଭବାନୀପାଟଣା ଗସ୍ତ ପୂର୍ବରୁ ଟ୍ୱିଟ୍‌ କରି କହିଥିଲେ, ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ତାଙ୍କୁ ବାରମ୍ବାର ଟାଣି ନେଉଛି।



from Odisha Reporter http://bit.ly/2TZEUSr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages