ଧୋନି ଆମକୁ ଡରାଇ ଦେଇଥିଲେ: ବିରାଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଧୋନି ଆମକୁ ଡରାଇ ଦେଇଥିଲେ: ବିରାଟ୍

ବେଙ୍ଗାଲୁରୁ: ଆଇପିଏଲର ଦ୍ୱାଦଶ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସକୁ ୧ ରନରେ ପରାସ୍ତ କରିଛି। ରୋମାଞ୍ଚର ଶିଖରରେ ପହଞ୍ଚିଥିବା ଏହି ମୁକାବିଲାକୁ ବାଙ୍ଗାଲୋର ଶେଷ ବଲରେ ଜିତିଥିଲା।

ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ୪୮ ବଲରେ ୮୪ ରନ୍ କରି ଅପରାଜିତ ରହିଥିଲେ, କିନ୍ତୁ ଟିମକୁ ବିଜୟୀ କରାଇପାରି ନଥିଲେ। ଶେଷ ଓଭରରେ ବିଜୟ ପାଇଁ ୨୬ ରନ୍ ଆବଶ୍ୟକ ଥିଲା ଏବଂ ଧୋନି ୫ ବଲରେ ୨୪ ରନ୍ କରି ମ୍ୟାଚକୁ ଚେନ୍ନାଇ କବଜାରେ କରିଥିଲେ, କିନ୍ତୁ ଶେଷ ବଲରେ ସେ ରନ୍ କରିପାରି ନଥିଲେ। ତେବେ ଧୋନି ଯେଉଁଭଳି ଭାବେ ଏହି ମ୍ୟାଚରେ ବ୍ୟାଟିଂ କଲେ, ତାହା ଆରସିବି ଅଧିନାୟକ ବିରାଟ୍ କୋହଲିଙ୍କୁ ଡରାଇ ଦେଇଥିଲା।

ମ୍ୟାଚ୍ ପରେ ବିରାଟ୍ କହିଥିଲେ, କମ୍ ବ୍ୟବଧାନରେ ମ୍ୟାଚ୍ ଜିତିବା ଏକ ଭଲ ଅନୁଭୂତି। ଆମେ ୧୯ତମ ଓଭର ପର୍ଯ୍ୟନ୍ତ ଭଲ ବୋଲିଂ କରିଥିଲୁ। ଏଭଳି ୱିକେଟରେ ୧୬୦ ରନର ଟାର୍ଗେଟକୁ ଡିଫେଣ୍ଡ କରିବା କଷ୍ଟକର। ଶେଷ ବଲରେ ଯାହା ହେଲା, ତାହା ଅକଳ୍ପନୀୟ ଥିଲା। ଧୋନି ଯେଉଁ କାମ ପାଇଁ ମାହିର୍, ତାହା ସେ କରିଥିଲେ।

କିନ୍ତୁ ଶେଷ ଭାଗରେ ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ଆମକୁ ଡରାଇ ଦେଇଥିଲା। ଏପରିକି ଆମକୁ ଲାଗିଲା ଯେ, ମ୍ୟାଚ୍ ଆମ ହାତରୁ ଖସିଗଲା। କିନ୍ତୁ ଶେଷ ବଲ୍ ରୋମାଞ୍ଚ ମ୍ୟାଚକୁ ଆମ ସପକ୍ଷରେ କରିଥିଲା କୋହଲି କହିଥିଲେ।

କୋହଲି ଆହୁରି କହିଥିଲେ ଯେ ମ୍ୟାଚରେ ବିଶେଷକରି ଯୁବ ପେସ ବୋଲର ନବଦୀପ ସାଇନି ଚମତ୍କାର ବୋଲିଂ କରିଥିଲେ। ତାଙ୍କ ବିପକ୍ଷରେ ଶଟ୍ ଖେଳିବା ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଏହାଛଡ଼ା ଭେଟେରାନ୍ ଡେଲ୍ ଷ୍ଟେନଙ୍କ ବୋଲିଂ ମଧ୍ୟ ପ୍ରଶଂସନୀୟ ଥିଲା। ତେବେ ବ୍ୟାଟିଂରେ ଆମେ ନିରାଶ କରିଥିଲୁ। ଆରମ୍ଭରୁ ୱିକେଟ୍ ହରାଇବା ଯୋଗୁ ଆମେ ବଡ଼ ସ୍କୋର କରିପାରିନଥିଲୁ। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଆମକୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ବିରାଟ୍ କହିଥିଲେ।



from Odisha Reporter http://bit.ly/2IA8A7f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages