‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’ର ଟିକେଟ୍‌ ବୁକିଂକୁ ନେଇ ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’ର ଟିକେଟ୍‌ ବୁକିଂକୁ ନେଇ ଅସନ୍ତୋଷ

ମୁମ୍ବାଇ: ଚଳିତ ବର୍ଷ ସାରା ଦୁନିଆରେ ଚର୍ଚ୍ଚାରେ ଥିବା ହଲିଉଡ୍‌ ଫିଲ୍ମ ‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’ ଦେଖିବା ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇ ସାରିଛି। ଏହି ଫିଲ୍ମର ଟିକେଟ୍‌ ବୁକ୍‌କୁ ନେଇ ଫ୍ୟାନ୍‌ମାନେ ସନ୍ତୁଷ୍ଟ ନ ଥିବା ଅଭିଯୋଗ କରାଯାଇଛି। ଫିଲ୍ମର ଟିକେଟ ବୁକ୍‌ କରିବା ୱେବ୍‌ସାଇଟ୍‌ରେ ଠିକ୍‌ ଚାଲୁନାହିଁ, ଆଉ ୱେବ୍‌ସାଇଟ୍‌ ହ୍ୟାଙ୍ଗ ମଧ୍ୟ ହେଉଛି ବୋଲି ଫ୍ୟାନ୍‌ମାନେ ଅଭିଯୋଗ କରିଛନ୍ତି।

ସୋଶାଲ୍‌ ମିଡିଆରେ ଅନେକ ଫ୍ୟାନ୍‌ ଏହାକୁ ନେଇ ରେଲୱେ ଟିକେଟ୍‌ ବୁକିଂ କରିବା ସହ ତୁଳନା କରିଛନ୍ତି।  ବୁକ୍‌ କରିବା ସମୟ ଆରମ୍ଭରୁ ହିଁ ଟିକେଟ୍‌ ସରିଯାଉଛି ବୋଲି କହିଛନ୍ତି।

ତେବେ ସିନେମା ହଲ୍‌ରେ ଆଜି ସକାଳ ୯ଟାରୁ ଏହାର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’ ଫିଲ୍ମର ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବା ପାଇଁ ଫ୍ୟାନ୍ସ ୱେବ୍‌ସାଇଟ୍‌ ଏବଂ ମୋବାଇଲ୍‌ ଖୋଲି ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଟିକେଟ୍‌ ବୁକ୍‌ କରିପାରି ନଥିଲେ। ଆଉ କିଛି ଫ୍ୟାନ୍ସ  ପେଟିଏମ୍‌ ଆପ୍ସରେ ଟିକେଟ୍‌ ବୁକ୍‌ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଟିକେଟ୍‌ ବୁକ୍‌ କରିବା ସମୟରେ ୱେବ୍‌ସାଇଟ୍‌ ହ୍ୟାଙ୍ଗ୍‌ ହୋଇଯାଉଛି। ଆଉ ଯେତେବେଳେ ୱେବ୍‌ସାଇଟ୍‌ ଖୋଲୁଛି, ସେତେବେଳେ ଟିକେଟ୍‌ ବୁକ୍‌ ହେଇସାରିଛି ବୋଲି ଦେଖାଉଛି।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ୱେବ୍‌ସାଇଟ୍‌ରେ ୧୨ ଲକ୍ଷରୁ ଅଧିକ ଫ୍ୟାନ୍‌ ଫିଲ୍ମ ଦେଖିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି। ଏପରିକି ହିନ୍ଦି ଫିଲ୍ମ ଦେଖିବା ପାଇଁ ମଧ୍ୟ ଏତେ ଲୋକ ଆଗ୍ରହ ପ୍ରକାଶ କରିବା କ୍ୱଚିତ ଦେଖାଯାଏ ।

୨୦୦୮ରେ ଆଇରନ୍‌ ମ୍ୟାନ୍‌ରୁ ଆରମ୍ଭ ହୋଇଥିବା “ଆଭେଞ୍ଜରସ୍: ଏଣ୍ଡଗେମ୍‘” ମାର୍ବଲ ସିନେମାଟିକ୍ ୟୁନିଭର୍ସର ୨୨ତମ ଫିଲ୍ମ। ଦେଶରେ ଏହାକୁ ନେଇ ମାର୍ବଲ ମୁଭି ମାରଥନ୍‌ର ଆୟୋଜନ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଯେଉଁଠି କି ଏହାର ପୂରା ୨୨ଟା ଫିଲ୍ମ ଦେଖାଯିବ ବୋଲି ଯୋଜନା କରାଯାଉଛି।
ଏହି ଫିଲ୍ମ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟର ବୋଲି କୁହାଯାଉଛି। ଏସିଆରେ ଏହାର ପ୍ରଚାର ଭାରତରୁ ହିଁ ଆରମ୍ଭ ହୋଇଛି।

ତେବେ ଏହି ଫିଲ୍ମ ଦେଖିବା ପାଇଁ ଭାରତର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କାନ୍‌ପୁର୍‌ ଏବଂ ଲକ୍ଷ୍ନୌରେ ଅଧିକ ବୁକିଂ ହେଉଛି। ଭରତରେ ଏହି ଫିଲ୍ମ ୨୬ ଏପ୍ରିଲ୍‌ରେ ଇଂରାଜି, ହିନ୍ଦି, ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ।



from Odisha Reporter http://bit.ly/2XBD1O7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages