ହାର୍ଦ୍ଦିକ ଓ ଭିଲଜନ ମୁହାଁମୁହିଁ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ହାର୍ଦ୍ଦିକ ଓ ଭିଲଜନ ମୁହାଁମୁହିଁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବୁଧବାର ଆଇପିଏଲର ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନି ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଏହି ମ୍ୟାଚରେ ମୁମ୍ବାଇ ଶେଷ ବଲରେ ରୋମାଞ୍ଚକର ବିଜୟ ହାସଲ କରିଥିଲା।

ତେବେ ଏହି ମ୍ୟାଚରେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ମୁମ୍ବାଇର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ପଞ୍ଜାବର ହାର୍ଡସ୍ ଭିଲଜନ୍ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ମୁହାଁମୁହିଁର ଦୃଶ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ମୁମ୍ବାଇ ଇନିଂସର ଦ୍ୱାଦଶ ଓଭରର ଶେଷ ବଲରେ ଏହି ଘଟଣା ଘଟିଥିଲା। ମୁମ୍ବାଇ ଏହି ସମୟରେ ୪ ୱିକେଟ୍ ହରାଇ ୯୪ ରନ୍ କରିଥିଲା। ଓଭର ଶେଷ ହେବା ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଭିଲଜନ୍ ହାର୍ଦ୍ଦିକଙ୍କ ନିକଟକୁ ଆସିଥିଲେ ଏବଂ ତାଙ୍କ ଆଡ଼ ଆଖିରେ ଚାହିଁକି ରହିଥିଲେ। ହାର୍ଦ୍ଦିକ ମଧ୍ୟ ଦୃଢ଼ତାର ସହ ତାଙ୍କୁ ଚାହିଁ ରହିଥିଲେ। ତେବେ କିଛି ସେକେଣ୍ଡ ପରେ ଭିଲଜନ୍ ମୁରୁକି ହସି ସେଠାରୁ ଚାଲିଯାଇଥିଲେ। ପାଣ୍ଡ୍ୟା ମଧ୍ୟ ବ୍ୟାଟିଂ କରିବାକୁ ଚାଲିଯାଇଥିଲେ।

ତେବେ ଏହି ମାମଲା ସେହିଠାରେ ହିଁ ଶେଷ ହୋଇଥିଲା। ପରବର୍ତ୍ତୀ ଓଭରରେ ଭିଲଜନ୍ ବୋଲିଂ କରି ୧୫ ରନ୍ ବ୍ୟୟ କରିଥିଲେ। ଏହି ମ୍ୟାଚରେ ହାର୍ଦ୍ଦିକ ୧୩ ବଲରେ ୧୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପାଣ୍ଡ୍ୟା ଓ ଭିଲଜନଙ୍କ ଏହି କିଛି ସେକେଣ୍ଡର ରୋଚକ ଦୃଶ୍ୟକୁ ଆଇପିଏଲ୍ ତା’ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2X2Xpam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages