ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପପେଟ୍‌ କହି ଗିରଫ ସାମ୍ବାଦିକ ଜେଲ୍‌ରୁ ବାହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପପେଟ୍‌ କହି ଗିରଫ ସାମ୍ବାଦିକ ଜେଲ୍‌ରୁ ବାହାରିଲେ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂହଙ୍କୁ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପପେଟ୍‌ କହି ଗିରଫ ହୋଇଥିବା ସାମ୍ବାଦିକ କିଶୋର ଚନ୍ଦ୍ର ୱାଙ୍ଗଖେମ ଦୀର୍ଘ ୧୩୩ ଦିନ ପରେ ଜେଲ୍‌ରୁ ମୁକ୍ତି ପାଇଛନ୍ତି।

ତାଙ୍କୁ ଗତବର୍ଷ ନଭେମ୍ବର ୨୭ରେ ଏନ୍‌ଏସ୍‌ଏ ଆଇନ୍‌ ବଳରେ ଗିରଫ କରାଯାଇଥିଲା। ସେ ସେବେଠାରୁ ଇମ୍ଫାଲରେ ଥିବା ସାଜିୱା ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଭାବେ ରହିଥିଲେ। କିନ୍ତୁ ଦୁଇ ଦିନ ତଳେ ମଣିପୁର ହାଇକୋର୍ଟ କିଶୋରଚନ୍ଦ୍ରଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ଖାରଜ କରିଦେଥିଲେ।

ମୁକ୍ତିପରେ କିଶୋରଚନ୍ଦ୍ର କହିଛନ୍ତି, “ମୁଁ ଏଯାଏ ଆଶା ଛାଡ଼ି ନାହିଁ। ମୁଁ ଆଗକୁ ରାଜ୍ୟର ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିବି। ମୁଁ ଜେଲ୍‌ରୁ ବାହାରିବା ପରେ କେମିତି ଅନୁଭବ କରୁଛି,ତାହା ଶବ୍ଦରେ ବୟାନ କରିପାରିବି ନାହିଁ।

ଦେଶର ଉତ୍ତମ ନ୍ୟାୟିକ ବ୍ୟବସ୍ଥା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୋ ସପକ୍ଷରେ ବିଭିନ୍ନ ଛାତ୍ର ସଂଗଠନ ଓ ସାମାଜିକ ସଂଗଠନମାନେ ବାହାରିଥିଲେ। ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”

ନଭେମ୍ବର ୨୦ରେ କିଶୋରଚନ୍ଦ୍ର ଫେସବୁକ୍‌ରେ ଏକ ଭିଡିଓ ଅପଲୋଡ୍‌ କରିଥିଲେ। ଏଥିରେ ସେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂହ କେମିତି ମୋଦିଙ୍କ କଥାରେ ପରିଚାଳିତ ହେଉଛନ୍ତି, ସେକଥା କହିଥିଲେ।

ଏଥିସହ ବିରେନ୍‌ ସିଂହ ଏବେ ମୋଦିଙ୍କ ଚାବି-ଦିଆ କଣ୍ଢେଇ ବୋଲି ମଧ୍ୟ କହିଥିଲେ। ଏହାପରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ନଭେମ୍ବର ୨୭ରେ ସେ ଏନ୍‌ଏସ୍‌ଏ ଆଇନ୍‌ ବଳରେ ଗିରଫ ହୋଇଥିଲେ।



from Odisha Reporter http://bit.ly/2IeVnk3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages