
ପୁରୀ(ମଧୁସୂଦନ ମିଶ୍ର): ଚଳିତ ନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ କରିବା ପାଇଁ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ର ପାଇଁ ପୋଲିଂ ପାର୍ଟିକୁ ସମସ୍ତ ଆବଶ୍ୟକ ସାମଗ୍ରୀ ସହ ଇଭିଏମ୍, ଭିଭିପାଟ୍ ଯୋଗାଇ ଦିଆଯାଇଛି। ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ସମସ୍ତ ବୁଥ୍କୁ ପୋଲିଂ ପାର୍ଟିମାନଙ୍କୁ ଶୃଙ୍ଖଳିତ ଭାବେ ପଠାଯିବା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଜିଲାପାଳ। ଏନେଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଏବଂ ପୁଲିଂ ପାର୍ଟିଙ୍କ ସହ ଆଲୋଚନା କରିଛନ୍ତି ।
from Odisha Reporter http://bit.ly/2Iu1LEg
No comments:
Post a Comment