ମଙ୍ଗୁଳି ଜେନା ହତ୍ୟା ମାମଲା: ୩ ସନ୍ଦିଗ୍ଧଙ୍କ ସିସିଟିଭି ଫୁଟେଜ୍‌ ଜାରି କଲା କ୍ରାଇମ୍‌ବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ମଙ୍ଗୁଳି ଜେନା ହତ୍ୟା ମାମଲା: ୩ ସନ୍ଦିଗ୍ଧଙ୍କ ସିସିଟିଭି ଫୁଟେଜ୍‌ ଜାରି କଲା କ୍ରାଇମ୍‌ବ୍ରାଞ୍ଚ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ। ହତ୍ୟାକାଣ୍ଡ ସ୍ଥାନ ଠାରୁ କିଛି ଦୂରରେ ଏକ ସିସିଟିଭି ଫୁଟେଜ୍‌ରୁ ଏହି ଭିଡିଓ ଜାରି କରାଯାଇଛି।

ସିସିଟିଭିରେ ଦେଖିବାକୁ ମିଳିଛି ଯେ, ୩ ସନ୍ଦିଗ୍ଧ ଗୋଟିଏ ବାଇକ୍‌ରେ ଆସି ଠିଆ ହେଉଛନ୍ତି। ଜଣେ ହତ୍ୟାକାଣ୍ଡ ଘଟିଥିବା ସ୍ଥଳ ଆଡ଼କୁ ଯାଇ କିଛି ସମୟ ପରେ ଫେରୁଛି।

ଉଲ୍ଲେଖନାୟ ଯେ, ଅପ୍ରେଲ୍‌ ୧୪ ତାରିଖ ରବିବାର ରାତିରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଓ ମଙ୍ଗୁଳି ମିଳିତ ଭାବେ ନିର୍ବାଚନ ପ୍ରଚାର କରିଥିଲେ। ରାତି ପ୍ରାୟ ୧୧ଟା ୧୫ ସମୟରେ ଉଭୟ ନିଜ ନିଜ ଗାଡ଼ିରେ ବସି ଘରକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡିରେ ଆସି ମଙ୍ଗୁଳିଙ୍କ ଉପରକୁ ଫାୟାରିଂ କରିଥିଲେ। ଖୋର୍ଦ୍ଧା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା। କିନ୍ତୁ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।



from Odisha Reporter http://bit.ly/2Zpg8za

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages