ଟାଇଟ୍‌ ବେଲ୍‌ଟ ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ, ଭୋଗି ପାରନ୍ତି ବହୁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଟାଇଟ୍‌ ବେଲ୍‌ଟ ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ, ଭୋଗି ପାରନ୍ତି ବହୁ ସମସ୍ୟା

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ନିଜକୁ ପରଫେକ୍ଟ ଲୁକ୍‌ ଦେବାକୁ ସାଧାରଣତଃ ପୁରୁଷମାନେ ଟାଇଟ୍‌ ବେଲ୍‌ଟ ପିନ୍ଧିବାକୁ ପସନ୍ଦ କରନ୍ତି। ଏହାଦ୍ୱାରା ପେଟ ବଢିବା, ମୋଟାପଣ ଆଦି ଅନ୍ୟମାନଙ୍କ ଦୃଷ୍ଟିଗୋଚର ହୁଏ ନାହିଁ ବୋଲି ସେମାନଙ୍କ ବିଶ୍ୱାସ। ହେଲେ ଦୀର୍ଘ ଦିନ ଟାଇଟ ବେଲ୍‌ଟ ପିନ୍ଧିବା ଦ୍ୱାରା ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଆସିପାରେ ସାଂଘାତିକ ଶାରୀରିକ ସସମ୍ୟା ।

ପେଟର ତଳ ଭାଗରେ ଯେଉଁଠି ବେଲ୍‌ଟ ପିନ୍ଧାଯାଏ, ସେଠାରେ ରହିଛି ବହୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ସେହିପରି ବହୁ ଶୀରାପ୍ରଶିରା ଉକ୍ତ ସ୍ଥାନ ଦେଇ ଶରୀରର ବିଭିନ୍ନ ସ୍ଥାନକୁ ପ୍ରବାହିତ ହୋଇଥାଏ।। ତେଣୁ ଟାଇଟ୍‌ ବେଲ୍‌ଟ ପିନ୍ଧି ଦିନ ସାରା ରହିବା ବହୁ ରୋଗକୁ ଆମନ୍ତ୍ରଣ କରିପାରେ। ନିଜ ମୋଟାପଣକୁ ଲୁଚାଇବାକୁ ବଜାରରେ ବହୁ ବେଲ୍‌ଟ ମିଳୁଛି, ଯାହାକି ପେଟରେ ଟାଇଟ୍‌ ଭାବେ  ରହିଥାଏ । ହେଲେ ଏହା ଶରୀର ଲାଗି  ସମ୍ପୂର୍ଣ୍ଣ ଭାବେ କ୍ଷତିକାରକ।

ଛାତି ଜଳାପୋଡ଼ା ସମସ୍ୟା

ଦିନ ସାରା ଏହାକୁ ପିନ୍ଧି ରହିବା ଦ୍ୱାରା ଛାତି ଜଳାପୋଡ଼ା ସମସ୍ୟା ଅଧିକା ଦେଖାଦିଏ। କାରଣ ଟାଇଟ ବେଲ୍‌ଟ ଆପଣଙ୍କ ପେଟ ଉପରେ ଚାପ ସୃଷ୍ଟି କରେ। ଫଳରେ ଖାଦ୍ୟ ପାଚନ ନିମନ୍ତେ ଆବଶ୍ୟକ ଏସିଡ୍‌ ନିଜ ସୀମା ଅତିକ୍ରମ କରି ତଣ୍ଟି ଯାଏ ଚାଲି ଆସେ। ଏହି କାରଣରୁ ଟାଇଟ ବେଲ୍‌ଟ ପିନ୍ଧୁଥିବା ଲୋକଙ୍କ କ୍ଷେତ୍ରରେ ବହୁ ସମୟରେ ଛାତି ଜଳାପୋଡ଼ା, ବଦହଜମି, କବଜ ଆଦି ଅନେକ ସମସ୍ୟା ଦେଖା ଦିଏ। ଏହି ସମସ୍ୟାକୁ ଅଣଦେଖା କଲେ, କିଛି ଦିନ ପରେ ଏହା ଗଳା କ୍ୟାନସରର ରୂପ ନେଇଥାଏ।

ପ୍ରଜନନ କ୍ଷମତା ଉପରେ ପ୍ରଭାବ

ଟାଇଟ ବେଲ୍‌ଟ ପିନ୍ଧିବାର ଆଉ ଏକ ସମସ୍ୟା ହେଲା ପୁରୁଷ ଓ ମହିଳା ଉଭୟଙ୍କ ପ୍ରଜନନ କ୍ଷମତା ବହୁ ମାତ୍ରାରେ କମି ଯାଇଥାଏ। ଏଥିରେ ଇନଫର୍ଟିଲିଟି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହାଦ୍ୱାରା ବାୟୂ ଚଳାଚଳ ଠିକ୍‌ ଭାବେ ହୋଇ ପାରେ ନାହିଁ।  ଫଳରେ ଶରୀରର ତାପମାତ୍ରା ବଢି ଯାଏ। ଏହି  କାରଣରୁ ଶୁକ୍ରାଣୁ ସଂଖ୍ୟା କମି ଯାଇଥାଏ।

ହାର୍ନିଆ ସମସ୍ୟା

ଟାଇଟ ବେଲ୍‌ଟ ନିୟମିତ ପିନ୍ଧିବା ଯୋଗୁ ଆପଣଙ୍କ ହାର୍ନିଆ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏଥିଯୋଗୁ ସାଂଘାତିକ ଏସିଡ୍‌ ସମସ୍ୟା  ହୋଇଥାଏ। ଏହି ଏସିଡ଼ ପେଟର ନଳିରେ ପ୍ରବେଶ କରି ଜଳାପୋଡା ଆରମ୍ଭ କରି ଦେଇଥାଏ। ଏଥିଯୋଗୁ ଛାତିରେ ଜଳାପୋଡ଼ା ହେବା ସହ ପୀଡା ମଧ୍ୟ ଅନୁଭବ ହୋଇଥାଏ।

ମେରୁଦଣ୍ଡ ଉପରେ ପ୍ରଭାବ

ଟାଇଟ ବେଲ୍‌ଟ ପିନ୍ଧିବା ଯୋଗୁ ଏହାର ପ୍ରଭାବ ଆମ ମେରୁଦଣ୍ଡ ଉପରେ ମଧ୍ୟ ପଡ଼ିଥାଏ। ଏଣ୍ଡୋମିନଲ ମାଂସପେଶି ଉପରେ ଅତିରିକ୍ତ ବୋଝ ପଡ଼ିଥାଏ। ଏହା ମେରୁଦଣ୍ଡ ହାଡ଼କୁ ଦୁର୍ବଳ କରି ଦେଇଥାଏ। ଏହାଦ୍ୱାରା ସେଣ୍ଟର ଅଫ୍‌ ଗ୍ରାଭିଟି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏଥିଯୋଗୁ ଆଣ୍ଟୁ ଗଣ୍ଠି ବାତ ମଧ୍ୟ ହୋଇଥାଏ।

ଅଣ୍ଟା ଦରଜ

ଏହି କାରଣରୁ ଅଣ୍ଟାର ଆଖପାଖରେ ଥିବା ଶୀରା ପ୍ରଶିରା ଉପରେ କ୍ଷତି ପହଞ୍ଚିଥାଏ। ଏଥିଯୋଗୁ ଅଣ୍ଟା ଉପରେ ପ୍ରେସର ପଡ଼ିବା ସହ ପାଦରେ ବି ଦେଖାଦିଏ ସମସ୍ୟା

ତେଣୁ ନିଜକୁ ପରଫେକ୍ଟ ଲୁକ୍‌ ଦେବା ଲାଗି ଅନ୍ଧ ହୋଇ ଏପରି ଶାରୀରିକ ସମସ୍ୟାକୁ ଡାକି ଆଣନ୍ତୁ ନାହିଁ।



from Odisha Reporter http://bit.ly/2XOA64z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages