‘କଲଙ୍କ’ ଟିମ୍‌ ପାଇଁ କପିଲ୍‌ଙ୍କ ଶୋ’ ୧ ନମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

‘କଲଙ୍କ’ ଟିମ୍‌ ପାଇଁ କପିଲ୍‌ଙ୍କ ଶୋ’ ୧ ନମ୍ବର

kalnak

ମୁମ୍ବାଇ: ୧୬ ସପ୍ତାହ ପର୍ଯ୍ୟନ୍ତ ଟିଆର୍‌ପି ରେଟିଂରେ ତଳେ ଥିବା କପିଲ୍‌ ଶର୍ମାଙ୍କ ଶୋ’ର ଲୋକପ୍ରିୟତା ଅଚାନକ ବଢି ଯାଇଛି।  ଷ୍ଟାଣ୍ଡ୍ଅପ୍‌ କମେଡିଆନ୍‌ କପିଲ୍‌ ଶର୍ମାଙ୍କ ପାଇଁ  ଏହା ଏକ ବଡ଼ ଖୁସି ଖବର। କାହିଁକିନା ତାଙ୍କ ଶୋ’ ‘ଦ କପିଲ୍‌ ଶର୍ମା ଶୋ’’ ଏବେ ଟିଆର୍‌ପିରେ ନମ୍ବର ୱାନ୍‌ରେ ରହିଛି। ତେଣୁ କପିଲ୍‌ଙ୍କ ଷ୍ଟାରକାଷ୍ଟ୍‌ଙ୍କ ପାଇଁ ଏବେ ସେଲିବ୍ରେସନ୍‌ର ସମୟ।

ରିପୋର୍ଟ ମୁତାବକ, କପିଲ୍‌ଙ୍କ ଶୋ’ ଟିଆର୍‌ପିରେ ନଂ ୧ ହେବାର ଶ୍ରେୟ ଯାଉଛି ଫିଲ୍ମ ‘କଲଙ୍କ’ର ଟିମ୍‌କୁ। କାହିଁକିନା ‘କଲଙ୍କ’ର କଳାକାରମାନେ ଆସିଥିବା ଏପିସୋଡ୍‌ ହିଁ ଖୁବ୍‌ ଧମାକାଦାର ରହିଥିଲା। ଏହି ଏପିସୋଡ୍‌କୁ ଖୁବ୍‌ ଭଲ ରେଟିଂ ମିଳିଛି। ଯେଉଁଥିପାଇଁ ଶୋ’କୁ ନଂ ୱାନ୍‌ ହେବାର ସୁଯୋଗ ମିଳିଛି।
ଶୋ’ ଟିଆର୍‌ପିରେ ନଂ୧ ହେବାପରେ ‘ଦ କପିଲ୍‌ ଶର୍ମା’ଙ୍କ ଶୋ’ରେ ସମସ୍ତଙ୍କ ହୃଦୟ ଜିତୁଥିବା କିକୁ ସାରଦାଙ୍କ ଖୁସି କହିଲେ ନ ସରେ। ସେ ଟ୍ୱିଟରରେ ରେଟିଂର ଫଟୋ ଶେଆର କରି ଲେଖିଥିଲେ, ‘‘କପିଲ୍‌ ଶର୍ମା ଶୋ’ ସବୁ ଚ୍ୟାନେଲ୍‌ଙ୍କଠାରୁ ନମ୍ବର ୱାନ୍‌ରେ ରହିଛି। ଟିମ୍‌କୁ ଶୁଭେଚ୍ଛା।’’

ସୂଚନାଯୋଗ୍ୟ ଏଥରକ କପିଲ୍‌ଙ୍କ ଶୋ’କୁ ସଲ୍‌ମାନ୍‌ ଖାନ୍‌ ପ୍ରଡ୍ୟୁସ୍‌ କରୁଛନ୍ତି। ସବୁ ସପ୍ତାହରେ ଶୋ’ରେ ନାମୀ ଦାମୀ କଳାକାର ଆସୁଛନ୍ତି।
ତେବେ କପିଲ୍‌ ଶର୍ମାଙ୍କ ଶୋ’ ଏକ ନଂରେ ଥିବା ବେଳେ ଦୁଇ ନଂରେ ରହିଛି ଜିଟିଭିରେ ପ୍ରସାରିତ ଶୋ’ ‘କୁମ୍‌ କମ୍‌ ଭାଗ୍ୟ’। ତୃତୀୟ ସ୍ଥାନରେ ରହିଛି ‘ସୁପର ଡ୍ୟାନ୍ସର ଚାପ୍ଟର ୩’। ଚତୁର୍ଥ ସ୍ଥାନରେ ରହିଛି ‘କୁଲ୍‌ଫି କୁମାର୍‌ ବାଜେୱାଲା’ ଓ ୫ମ ସ୍ଥାନରେ ରହିଛି ‘ୟେ ରିସ୍ତା କ୍ୟା କେହେ ଲାତାହେ’।



from Odisha Reporter http://bit.ly/2WaIg73

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages