ଦିଲ୍ଲୀକୁ ସ୍ଥାନାନ୍ତର ହେଲା ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ, ଏନଆଇଏରେ ହୋଇପାରେ ହାଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଦିଲ୍ଲୀକୁ ସ୍ଥାନାନ୍ତର ହେଲା ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ, ଏନଆଇଏରେ ହୋଇପାରେ ହାଜର

ନୂଆଦିଲ୍ଲୀ: ଜମ୍ମୁର କୋଟ ବଲୱଲ ଜେଲରୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତର ହୋଇଛି ଜମ୍ମୁ କଶ୍ମୀର ଲିବରେସନ (ଜେକେଏଲଏଫ) ଫ୍ରଣ୍ଟର ମୁଖିଆ ୟାସିନ ମଲ୍ଲିକ। ଗୁରୁବାର ଏନଆଇଏ କୋର୍ଟରେ ୟାସିନ ମଲ୍ଲିକ ହାଜର ହୋଇପାରେ ବୋଲି ସୂଚନା ରହିଛି। ଗତକାଲି ରାତିରେ ଏୟାର ଇଣ୍ଡିଆ ବିମାନ ଯୋଗେ ୟାସିନ ମଲ୍ଲିକକୁ ଜମ୍ମୁରୁ ଦିଲ୍ଲୀ ଅଣାଯାଇଛି।

ଆତଙ୍କବାଦୀ ଲିଙ୍କ୍ ମାମଲାରେ ଗତ ମାସ ମାର୍ଚ୍ଚ ୭ ତାରିଖରେ ୟାସିନ ମଲ୍ଲିକ ଗିରଫ ହୋଇଥିଲା। ପବ୍ଲିକ ସେଫଟି ଆକ୍ଟରେ ଗିରଫ ହୋଇଥିବାରୁ ଏବେ ୨ ବର୍ଷ ପର୍ଯ୍ୟନ୍ତ ଜେଲରେ ୟାସିନ ମଲ୍ଲିକ ରହିବ ବୋଲି ଜଣାପଡ଼ିଛି।

କଶ୍ମୀର ପଣ୍ଡିତ ନରସଂହାର ମାମଲାର ମୁଖ୍ୟ ଅଭିଯୁକ୍ତ ୟାସିନ ମଲ୍ଲିକ ଅଟେ। ଏଥିସହ ଭାରତୀୟ ବାୟୁସେନାର ୪ ଅଧିକାରୀଙ୍କୁ ଜେକେଏଲଏଫ ଦ୍ବାରା ହତ୍ୟା କରାଯାଇଥିବା ପ୍ରମାଣ ରହିଛି। ଏମିତିକି ଜେକେଏଲଏଫର ଟେରର ଫଣ୍ଡିଂ ଲିଙ୍କ୍ ଥିବା ଜଣାପଡ଼ିଛି।

କଶ୍ମୀରର ଜାମତ-ଏ-ଇସଲାମି ପରେ ୟାସିନ ମଲ୍ଲିକର ଜମ୍ମୁ କଶ୍ନୀର ଲିବରେସନ ଫ୍ରଣ୍ଟକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି।

ସେପଟେ ପିଡିପିର ଜଣେ ପୂର୍ବତନ ବିଧାୟକ ଅଜଜ ମିରଙ୍କୁ ଅସ୍ତ୍ର ଲୁଟ ମାମଲାରେ ଏପ୍ରିଲ ୧୨ ତାରିଖରେ ହାଜର ହେବା ପାଇଁ ଏନଆଇଏ ନୋଟିସ କରିଛି। ଗତବର୍ଷ ସେପ୍ଚେମ୍ବର ୨୮ରେ ସ୍ପେଶାଲ ପୁଲିସ ଅଫିସର ଆଦିଲ ବଶିର ଶେଖ ମିରଙ୍କ ଶ୍ରୀନଗର ଜୱାହର ନଗର ବାସଭବନରୁ ୭ଟି ଏକ-୪୭ ବନ୍ଧୁକ ଜବତ କରିଥିଲେ। ଏହାପରେ ଏସପିଓ ଜଣଙ୍କ ଆତଙ୍କବାଦୀ ଗୃପରେ ସାମିଲ ହୋଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2Up7ba6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages