“ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ୍ ପ୍ରସ୍ତୁତ କରିଛି କଂଗ୍ରେସର ଇସ୍ତାହାର” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

“ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ୍ ପ୍ରସ୍ତୁତ କରିଛି କଂଗ୍ରେସର ଇସ୍ତାହାର”

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‌ଲୀ ମଙ୍ଗଳବାର କଂଗ୍ରେସକୁ ସମାଲୋଚନା କରିବା ସହିତ କଂଗ୍ରେସର ଇସ୍ତାହାର ‘ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ’ ପ୍ରସ୍ତୁତ କରିଛି ବୋଲି କହିଛନ୍ତି। ଜମ୍ମୁକଶ୍ମୀର ଏବଂ ଜାତୀୟ ସୁରକ୍ଷା ଆଦି ବାବଦରେ ପ୍ରତିଶ୍ରୁତି ରହିଥିବା ଏହି ଇସ୍ତାହାର ରାହୁଲ ‘ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ’ ବନ୍ଧୁମାନଙ୍କ ଦ୍ୱାରା ପ୍ରସ୍ତୁତ କହି ସେ ପରୋକ୍ଷରେ ଜେଏନ୍‌ୟୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳର ଇସ୍ତହାର ଘୋଷଣା କରିବା ପରେ ଅରୁଣ ଜେଟ୍‌ଲୀ ଏହି ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସର ଏହି ଇସ୍ତାହାରରେ ରହିଛି ସେମାନେ କ୍ଷମତାକୁ ଆସିଲେ କଶ୍ମୀର ଉପତ୍ୟକାରେ ଭାରତୀୟ ସେନା ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ସଂଖ୍ୟା ହ୍ରାସ କରାଯିବ। ସେ ଜମ୍ମୁକଶ୍ମୀରରେ ଲାଗୁ ହେଉଥିବା ସଶସ୍ତ୍ର ବାହିନୀ ଆକ୍ଟ ଏବଂ ଡିଷ୍ଟର୍ବଡ୍ ଏରିଆ ଆକ୍ଟ ଆଦି ସମୀକ୍ଷା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ଜେଟ୍‌ଲୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କଂଗ୍ରେସର ଇସ୍ତାହାରରେ ଏଭଳି କିଛି ପ୍ରସଙ୍ଗ ରହିଛି ଯାହାକି ବିପଜ୍ଜନକ ମନେ ହେଉଛି। ଯଦିଓ ଏହାର ଏକ ଡ୍ରାଫ୍ଟିଂ ଟିମ୍‌ ରହିଛି, ମନେ ହେଉଛି କଂଗ୍ରେସ ଅଧ୍ୟକ୍ଷଙ୍କ ‘ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ’ ବନ୍ଧୁମାନଙ୍କ ଦ୍ୱାରା ପ୍ରସ୍ତୁତ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଘୋଷିତ ଏହି ଇସ୍ତାହାରରେ ଏଭଳି କିଛି ପ୍ରତିଶ୍ରୁତି ରହିଛି, ଯାହାକି ସେ କେବେ ମଧ୍ୟ ପୂରଣ କରିପାରିବେ ନାହିଁ ଏବଂ ବିପଜ୍ଜନକ। ମୁଁ ଆଶା କରୁଛି ଦେଶବାସୀ ଏପରିହେବାକୁ କେବେ ମଧ୍ୟ ଦେବେନାହିଁ।

ଜେଟ୍‌ଲୀ ଏହାକୁ ବିଭାଜନକାରୀ ଇସ୍ତାହାର କହିଛନ୍ତି। ସ କହିଛନ୍ତି ଏହାର ଭୟାବହତା ଦେଶକୁ ଖଣ୍ଡଖଣ୍ଡ କରିଦେବ। ଏଥିରେ ସେ ଅନେକ ଆଇନ ବଦଳାଇବାର ପ୍ରତିଶ୍ରୁତି ଦେଇଛନ୍ତି। ଗତ ୭୦ ବର୍ଷଧରି ଏହି ଦେଶ ଆତଙ୍କବାଦର ଶିକାର ହୋଇଆସୁଛି। କିନ୍ତୁ ୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ ଆମ ଯୁଦ୍ଧ ଆରମ୍ଭ ହୋଇନଥିଲା। ଅତୀତରେ ଆମେ ଜମ୍ମୁକଶ୍ମୀରର ଅନେକ ଅଂଶ ହରାଇସାରିଛୁ।

ସେ ଆହୁରି ମଧ୍ୟ କହିଛନ୍ତି, “କଂଗ୍ରେସ କରିଥିବା ଏହି ସବୁ ବ୍ୟବସ୍ଥା ମାଓବାଦୀ ଏବଂ ଜିହାଦୀଙ୍କ ପାଇଁ ହିଁ କରାଯାଇଛି। ଯାହାଫଳରେ ସେମାନେ କଶ୍ମୀର ଉପତ୍ୟକାରେ ଢେଲା ମାରିବା ଚାଲୁ ରଖିବେ ଏବଂ ଆତଙ୍କୀ ହତ୍ୟା କରି ଖସିଯିବେ। ସେମାନେ କହୁଛନ୍ତି, ସେମାନେ ଆଲୋଚନା ଜାରି ରଖିବେ, ସେମାନେ ବିଚ୍ଛିନ୍ନତାବାଦୀଙ୍କ ସହିତ କଥାହେବେ ବୋଲି ମଧ୍ୟ କହିଛନ୍ତି। କଂଗ୍ରେସ ଉଗ୍ରବାଦୀ ଏବଂ ଆତଙ୍କବାଦୀଙ୍କ ପାଇଁ ନିୟମ ପ୍ରସ୍ତୁତ କରୁଥିବା ଭଳି ମନେହେଉଛି।”

ରାହୁଲ ଏହି ଇସ୍ତାହାର ପଢ଼ିବା ସମୟରେ ପ୍ରଥମେ କହିଥିଲେ ସେ ଖାଲିପଡ଼ିଥିବା ୨୮ ଲକ୍ଷ ନିଯୁକ୍ତି ଦେବେ। ଇସ୍ତାହାରରେ ଏହାପର ବାକ୍ୟ ହିଁ ଥିଲା ରାଜ୍ୟଗୁଡ଼ିକରେ ୨୦ ଲକ୍ଷ ପଦବୀ ଖାଲିପଡ଼ିଛି। ସେ ଯାହା କହୁଛନ୍ତି, ତା’ପୂର୍ବରୁ ଥରେ ତ ପଢ଼ନ୍ତୁ ବୋଲି କହି ଜେଟ୍‌ଲୀ ସମାଲୋଚନା କରିଛନ୍ତି।



from Odisha Reporter https://ift.tt/2uHrmRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages