ପ୍ରୀତି ଜିଣ୍ଟାଙ୍କ ସହ ଭାଙ୍ଗଡା କଲେ କରାନ୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ପ୍ରୀତି ଜିଣ୍ଟାଙ୍କ ସହ ଭାଙ୍ଗଡା କଲେ କରାନ୍, ଦେଖନ୍ତୁ ଭିଡିଓ

ମୋହାଲି: ସୋମବାର ମୋହାଲିରେ ଖେଳାଯାଇଥିବା ଆଇପିଏଲର ୧୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ହରାଇ କିଙ୍ଗସ ଇଲେଭେନ୍ ପଞ୍ଜାବ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏହି ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି।

ପଞ୍ଜାବ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ ଇଂଲିଶ ଅଲରାଉଣ୍ଡର ସାମ୍ କରାନ୍। କରାନ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଆଇପିଏଲରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ମ୍ୟାଚ୍ ଜିତିବା ପରେ କରାନ ପଞ୍ଜାବ ଦଳର ମାଲିକ ପ୍ରୀତି ଜିଣ୍ଟାଙ୍କ ସହ ଭାଙ୍ଗଡା କରିଥିଲେ, ଯାହା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଟିମର ବିଜୟରେ ପ୍ରୀତି ବହୁତ ଖୁସି ହୋଇଥିଲେ ଏବଂ କରାନଙ୍କୁ ହଗ୍ କରିଥିଲେ।

ସୂଚନାଯୋଗ୍ୟ, ୧୮ତମ ଓଭରର ଶେଷ ବଲରେ ହର୍ଷଲ ପଟେଲଙ୍କୁ ଆଉଟ କରିଥିବା ବେଳେ ୨୦ତମ ଓଭରର ପ୍ରଥମ ବଲରେ କାଗିସୋ ରବାଡା ଏବଂ ଦ୍ୱିତୀୟ ବଲରେ ସନ୍ଦୀପ ଲାମିଛାନେଙ୍କୁ ଆଉଟ୍ କରି ନିଜର ପ୍ରଥମ ହ୍ୟାଟ୍ରିକ୍ ସଫଳତା ହାସଲ କରିଥିଲେ। ତେବେ କରାନ ନିଜର ଆଇପିଏଲ ଡେବ୍ୟୁରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚରେ ୪ ଓଭରରେ ୫୨ ରନ୍ ଦେଇ ୨ ୱିକେଟ ନେଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2uHHfHs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages