ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଦିନ ୧ଟା ସୁଦ୍ଧା ୩୩% ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଦିନ ୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଛି।

କିଛି ସମୟ ତଳେ ସାମ୍ବାଦିକମାନଙ୍କୁ ଏ ସଂପର୍କ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ସେ କହିଛନ୍ତି, ଆଜି ଭୋର୍ ୫ଟାରୁ ମକ୍‌ ପୋଲିଂ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଓ ଭୋଟର ମତଦାନ ଆରମ୍ଭ କରିଥିଲେ।

କାଁ ଭାଁ କିଛି ଜାଗାରେ ଇଭିଏମ୍‌ରେ ସମସ୍ୟା ଦେଖାଦେଇଥିଲେ ବି ତାକୁ ସଙ୍ଗେ ସଙ୍ଗେ ସଜଡ଼ା ଯାଇଥିଲା ଓ ମତଦାନ ଆରମ୍ଭ ହୋଇଥିଲା। କୌଣସି ସ୍ଥାନରେ ଏଥିପାଇଁ କିଛି ମତସଂଗ୍ରହ ବାଧାପ୍ରାପ୍ତ ହୋଇନି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

ସେହିପରି ଗତକାଲି କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀଙ୍କ ପରିବାରକୁ ନିର୍ବାଚନ ଆୟୋଗ ଠିକ୍ କରିଥିବା ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି। ନକ୍ସଲଙ୍କ ଗୁଳିରେ ମୃତ ମହିଳାଙ୍କ ପରିବାରକୁ ଆନୁମାନିକ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ସେ କହିଛନ୍ତି।

ସେହିପରି ଗତକାଲି କନ୍ଧମାଳ ଜିଲ୍ଲାର ଯେଉଁ ସ୍ଥାନରୁ ପୋଲିଂ ପାର୍ଟିର ଗାଡ଼ି ଜାଳି ଦିଆଯାଇଥିବା ଖବର ଆସିଥିଲା, ଆଜି ସକାଳୁ ସଂପୃକ୍ତ କର୍ମଚାରୀମାନେ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚି ମତ ସଂଗ୍ରହ ଆରମ୍ଭ କରିଥିଲେ। ସେହି ବୁଥ୍‌ରେ ମତଦାନ ସୁରକ୍ଷିତ ଭାବେ ଚାଲିଛି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।



from Odisha Reporter http://bit.ly/2Grgz30

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages