ଭାଇରାଲ୍ ହେଉଛି ବିରାଟ୍ କୋହଲିଙ୍କ ଏହି ନୂଆ ଲୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଭାଇରାଲ୍ ହେଉଛି ବିରାଟ୍ କୋହଲିଙ୍କ ଏହି ନୂଆ ଲୁକ୍

ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ପରାଜୟରେ ନିରାଶ ହୋଇନାହାନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ୱାର୍ଲ୍ଡ କପ୍ ପାଇଁ ବିରାଟ ଆତ୍ମବିଶ୍ୱାସରେ ଭରପୂର ଅଛନ୍ତି। ମଇଦାନରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବିରାଟ୍ ସୋଶାଲ ମିଡିଆରେ ମଧ୍ୟ ନିଜ ଫ୍ୟାନଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି।

ସେ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ନୂଆ ଅବତାରରେ ନଜର ଆସୁଛନ୍ତି। ବିରାଟ ଏହି ଫଟୋରେ ଜଣେ ଶିଖ୍ ଭାବେ ନିଜକୁ ପରିବେଷିତ କରିଛନ୍ତି। ବିରାଟ୍ ମୁଣ୍ଡରେ ପଗଡ଼ି, ପଠାନୀ ଶୁଟ୍ ଓ କଳା ରଙ୍ଗର ପଞ୍ଜାବୀ ଜୋତା ପିନ୍ଧିଛନ୍ତି।

ବିରାଟ ନିଜର ଡାହାଣ ହାତରେ କଡ଼ା ମଧ୍ୟ ପିନ୍ଧିଛନ୍ତି। ଗୋଲାପୀ ପଗଡ଼ି ପିନ୍ଧିଥିବା ବିରାଟ୍ ଏହି ଫଟୋରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି ଏବଂ “ସବକୋ ସତ୍ ଶ୍ରୀ ଅକାଲ୍’ ଲେଖି ଅଭିନନ୍ଦନ କରିଛନ୍ତି। ବିରାଟଙ୍କ ଏହି ନୂଆ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୧୫ହଜାରରୁ ଅଧିକ ଲୋକେ ଲାଇନ୍ କରିସାରିଲେଣି। ହଜାର ହଜାର ଫ୍ୟାନ୍ ମଧ୍ୟ ଏହାକୁ ରିଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୭ ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି। ଫଳରେ ବିରାଟଙ୍କ ଟିମ ଆରସିବିର ପ୍ଲେଅଫ୍ ପହଞ୍ଚିବା ଆଶା ପ୍ରାୟତଃ ଧୂଳିସାତ୍ ହୋଇଛି।



from Odisha Reporter http://bit.ly/2UJTRgK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages