କାନିମୋଝିଙ୍କ ଘରେ ଆୟକର ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

କାନିମୋଝିଙ୍କ ଘରେ ଆୟକର ଚଢ଼ଉ

ଚେନ୍ନାଇ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ଦିନକ ପୂର୍ବରୁ ଡିଏମକେ ନେତ୍ରୀ ତଥା ତୁତିକୋରିନର ଲୋକସଭା ପ୍ରାର୍ଥୀ କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଓ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ତୁତିକୋରିନରେ ଥିବା କାନିମୋଝିଙ୍କ ବାସଭବନରେ ବିପୁଳ ପରିମାଣର ଟଙ୍କା ରହିଥିବା ଖବର ପାଇ ଆଜି ସନ୍ଧ୍ୟାରେ ଆୟକର ଓ ପ୍ଲାଇଙ୍ଗ ସ୍କ୍ୱାଡ୍‌ ଚଢ଼ଉ କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା କାନିମୋଝି କୁରୁଙ୍ଗି ନଗର ବାସଭବନରେ ୧୮ ତାରିଖ ଭୋଟ୍‌ ପାଇଁ ପ୍ରଚାର ଶେଷ ହେବା ପରେ ସେଠାରେ ରହିଥିଲେ। କିନ୍ତୁ ହଠାତ୍‌ ଅଧିକାରୀମାନେ ସେଠାରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲେ।

ଜଣେ ଅଧିକାରୀ କହିଛନ୍ତି, “ତୁତିକୋରିନ୍‌ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଏଭଳି ଚଢ଼ଉ କରାଯାଇଛି। ୧୦ ଜଣ ଅଧିକାରୀ ଚଢ଼ଉରେ ସାମିଲ ହୋଇଛନ୍ତି। ଏହି ବାସଭବନର ଉପର ରୁମ୍‌ରେ ନଗଦ ଟଙ୍କା ଗଚ୍ଛିତ ହୋଇ ରହିଥିବା ଆମକୁ ଖବର ମିଳିଛି। ତେଣୁ ଆମେ କେବଳ ଏହା ସତ କି ମିଛ, ସେକଥା ଜାଣିବା ପାଇଁ ଚଢ଼ଉ କରିଛୁ।”



from Odisha Reporter http://bit.ly/2UGMoiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages