ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ; ୧୮ରେ ଭୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ; ୧୮ରେ ଭୋଟ୍‌

election1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ୍ ୧୮ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ତା’ସହିତ ଆଜି ରାତି ସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀମାନେ ପହଞ୍ଚି ମତଦାନ ପାଇଁ ଚୂଡ଼ାନ୍ତ ବ୍ୟବସ୍ଥା କରିବେ।

ଏହି ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ମଇଦାନକୁ ଓହ୍ଲାଇଛନ୍ତି ୩୫ ଜଣ ସାଂସଦ ପ୍ରାର୍ଥୀ ଓ ୨୪୪ ଜଣ ବିଧାୟକ ପ୍ରାର୍ଥୀ।

ଏହି ପର୍ଯ୍ୟାୟରେ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରେ ୩୯ ଲକ୍ଷ ୪୫ହଜାର ୨୫ ଜଣ ପୁରୁଷ ଓ ୩୭ ଲକ୍ଷ ୪୭ ହଜାର ୪୯୩ ଜଣ ମହିଳା ଭୋଟର ଅଛନ୍ତି। ସେହିଭଳି ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯,୧୧୭ଟି ମତଦାନ କେନ୍ଦ୍ର କରାଯାଇଛି। ତା’ମଧ୍ୟରୁ ୧,୯୨୬ଟି ବୁଥ୍‌ ସମ୍ବେଦନଶୀଳ ରହିଛି।
ଏହି ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ମାଓବାଦୀମାନେ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। କାରଣ କାରଣ ୫ଟି ଲୋକସଭା କ୍ଷେତ୍ର ମଧ୍ୟରୁ ବିଶେଷ କରି କନ୍ଧମାଳ, ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲାରେ ଲାଲବାହିନୀ ସକ୍ରିୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନିର୍ବାଚନ ପାଇଁ ଏସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

କେଉଁଠି କେତେବେଳେ ଭୋଟ୍‌?
ଏହି ପର୍ଯ୍ୟାୟ ନିର୍ବାଚନରେ ପଦମପୁର, ଭଟ୍ଲୀ, ରଘୁନାଥପଲ୍ଲୀ, ବଣାଇ, ପାଟଣାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି. ଉଦୟଗିରି, ଫୁଲବାଣୀ, କଣ୍ଟାମାଲ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସେହିପରି ବିଜେପୁର, ବରଗଡ଼, ଅତାବିରା, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଉରକେଲା, ରାଜଗାଙ୍ଗପୁର, ବୀରମହାରାଜପୁର, ସୋନପୁର, ଲୋଇସିଂହା, ବଲାଙ୍ଗିର, ଟିଟିଲାଗଡ଼, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳିରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ ହେବ।

ମଇଦାନରେ ଅଛନ୍ତି ହେଭିୱେଟ୍‌
ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ୍ ମଇଦାନରେ ଅଛନ୍ତି। ବରଗଡ଼ ଲୋକସଭା ଆସନରୁ ଲଢ଼ୁଥିବା ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭାଗ୍ୟ ୧୮ ତାରିଖରେ ଇଭିଏମ୍‌ରେ ସିଲ୍‌ ହୋଇଯିବ। ତାଙ୍କୁ ସେଠାରେ ଟକ୍କର ଦେଉଛନ୍ତି ବିଜେପି ନେତା ସୁରେଶ ପୂଜାରୀ। ସେହିପରି କଂଗ୍ରେସ ଏଠାରେ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଛି। ଏହି ଦିନ ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ। ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଏଠାରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ମଧ୍ୟ ଏହି ଦିନ ଭାଗ୍ୟ ପରୀକ୍ଷା ହେବ। ସେ ଏଥର ବି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସେଠାରେ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଓ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ୱାଳ। ବଲାଙ୍ଗିର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ମଧ୍ୟରେ ଲଢ଼େଇ ହେଉଛି।

୧୨ ରାଜ୍ୟରେ ହେବ ମତଦାନ
୧୮ ତାରିଖରେ କେବଳ ଓଡ଼ିଶାରେ ଭୋଟ୍ ହେବ ନାହିଁ। ଏହି ଦିନ ଦେଶର ମୋଟ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଜମ୍ମୁ ଓ କଶ୍ମୀରର ୨ଟି ଲୋକସଭା ଆସନ ସହିତ ଆସାମର ୫, ମଣିପୁରର ୧, ତ୍ରିପୁରାର ୧, ଉତ୍ତର ପ୍ରଦେଶର ୮, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩, ତାମିଲନାଡୁର ୩୮ (ଭେଲୋର ଆସନରେ ନିର୍ବାଚନ ହେବନି), ପୁଡୁଚେରୀର ୧, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୦ଟି ଲୋକସଭା ଆସନ ପାଇଁ ମତଦାନ ହେବ।



from Odisha Reporter http://bit.ly/2UlQYxp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages