କେନ୍ଦ୍ରାପଡ଼ାରେ ମୋଦି-କହିଲେ ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

କେନ୍ଦ୍ରାପଡ଼ାରେ ମୋଦି-କହିଲେ ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି।  କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାଙ୍କୁ ସମାଲୋଚନା କରିବା ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।

ସମାବେଶରେ ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭାଷଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ‘ମୁଁ ଭୋଟ ଦେଇ ଆସିଛି, ଭୋଟ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ’। ଦ୍ୱିତୀୟ ପର୍ଯ୍ୟାୟ ପରେ ଏ ଲହର ବିରୋଧୀଙ୍କ ପାଇଁ ଆହ୍ୱାନ ପାଲଟିଛି। ଏହା ଲହର ନୁହେଁ ଲଲକାର, ପୁଣି ଆଉ ଥରେ ମୋଦି ସରକାର। ସେ କହିଛନ୍ତି ଯେ, ଗତଥର ଏ ଭଲ ପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି। ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ  ଆଜି ମୋର ଶେଷ ଦିନ’।

ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି। ଓଡ଼ିଶାର ନେତାଙ୍କ ଠାରୁ ଜନତା ଅଧିକ ଚାଲାକ। ସୁରତରେ କେତେକ ଓଡ଼ିଆ ଲୋକଙ୍କୁ ନିକଟରେ ଭେଟିଥିଲି। ସେମାନେ ଠାରରେ ବୁଝେଇ ଦେଇଥିଲେ ଯେ, ଏଥର ବିଜେପି’। ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ମୋର ୫ ବର୍ଷର ଶାସନ କାଳରେ ଗୋଟିଏ ବି ଭ୍ରଷ୍ଟାଚାରର ଦାଗ ଲାଗିନି। ଯେଉଁମାନେ ମିଛ ଆରୋପ ଲଗାଇଥିଲେ ଏବେ ସେମାନେ କାଠଗଡ଼ାରେ’।

ଜନତା ଗତ ୫ ବର୍ଷରେ ମୋ କାମ ଦେଖିଛନ୍ତି, ମୋ ସରକାରର କାମ ଦେଖିଛନ୍ତି। ଆପଣଙ୍କ ଭଲ ପାଇବା ଦେଖି ଏ ବିଜେଡିବାଲାଙ୍କ ନିଦ ଉଡ଼ିଗଲାଣି।  ଓଡ଼ିଶାରେ ବିଜେଡି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ସେଥିପାଇଁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଉଛି। ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ ବୋଲି ମୋଦି କହିଥିଲେ।



from Odisha Reporter http://bit.ly/2GCViVt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages