ବିଜେପିରେ ‘ଗଦର’ ହିରୋ, ପଞ୍ଜାବରୁ ଲଢ଼ିପାରନ୍ତି ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ବିଜେପିରେ ‘ଗଦର’ ହିରୋ, ପଞ୍ଜାବରୁ ଲଢ଼ିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସନ୍ନି ଦେଓଲ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଚଳିତ ନିର୍ବାଚନରେ ପଞ୍ଜାବର କୌଣସି ଲୋକସଭା ଆସନରୁ ବଲିଉଡର ଏହି ଅଭିନେତା ବିଜେପି ଟିକେଟରୁ ନିର୍ବାଚନ ଲଢ଼ିପାରନ୍ତି।

ବିଜେପିରେ ଯୋଗ ଦେଇ ସନ୍ନି ଦେଓଲ କହିଛନ୍ତି ତାଙ୍କ ବାପା ଧର୍ମେନ୍ଦ୍ର (ବଲିଉଡ ଅଭିନେତା) ଅଟଳ ବିହାରୀ ବାଜେପୟୀଙ୍କ ସହିତ କାମ କରିଥିଲେ। ଏବେ ସେ ମୋଦିଙ୍କ ସହିତ କାମ କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ମନେକରୁଛନ୍ତି।

ପଞ୍ଜାବରେ ବିଜେପି ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିଛି। ମେଣ୍ଟ ଅନୁଯାୟୀ ବିଜେପି ଅମୃତସର, ଗୁରଦାସପୁର ଓ ହୋସିଆରପୁରରେ ପ୍ରାର୍ଥୀ ଦେବ। ବାକି ଆସନରେ ଅକାଳି ଦଳ ପକ୍ଷରୁ ପ୍ରାର୍ଥୀ ଦେବ। ଅମୃତସର ଲୋକସଭା ଆସନରେ ୨୦୧୪ରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ପ୍ରାର୍ଥୀ ହୋଇଥିଲେ। ଏବେ ଅସୁସ୍ଥତା କାରଣରୁ ଜେଟଲୀ ପ୍ରାର୍ଥୀ ହୋଇନଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ତେବେ ଗୁରୁଦାସପୁର ଓ ହୋସିଆରପୁର ଆସନ ଦୁଇଟି ସ୍ଥାନରେ ବିଜେପି ପ୍ରାର୍ଥୀ ଦେଇ ନଥିବାରୁ କୌଣସି ଆସନରେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ସନ୍ନି ଦେଓଲ ବଲିଉଡ଼ର ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ। ୧୯୮୩ ମସିହାରେ ‘ବେତାବ’ ଫିଲ୍ମ ଜରିଆରେ ବଲିଉଡ଼ରେ ପାଦ ଥାପିଥିବା ସନ୍ନି ‘ଗଦର’, ‘ମାଁ ତୁଝେ ସଲାମ’, ‘ଦାମିନି’, ‘ଘାୟଲ’ ଭଳି ସୁପରହିଟ୍ ଫିଲ୍ମ କରିଛନ୍ତି।



from Odisha Reporter http://bit.ly/2IWUM6v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages