କ’ଣ ସତରେ ବିଜୟଙ୍କୁ ଡରୁଛନ୍ତି ନବୀନ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

କ’ଣ ସତରେ ବିଜୟଙ୍କୁ ଡରୁଛନ୍ତି ନବୀନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘନେଇଲା ପାଟକୁରା ପଲିଟିକ୍ସ । ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଆସନ୍ତା ୧୯ତାରିଖର ମତଦାନକୁ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ କମଶନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ନବୀନଙ୍କୁ ବାତ୍ୟା ଭୟ ନୁହେଁ ବିଜୟ ଭୟ ଘାରିଛି ବୋଲି ସେ କଟାକ୍ଷ କରିଛନ୍ତି । ହାରିବା ଭୟରେ ପାଟକୁରାରେ  ନିର୍ବାଚନ କରାଇ ନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏପଟେ ଆରୋପ ପ୍ରତ୍ୟାରୋପ ଭିତରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ ଆଜି ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନ ୪ର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ବେଳେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ହଠାତ୍‌ ହୋଇଥିଲା। ଫଳରେ ନିର୍ବାଚନ କମିଶନ ଏଠାରେ ନିର୍ବାଚନ ବାତିଲ କରିଥିଲେ। ପରବର୍ତ୍ତି ସମୟରେ ଏଠାରେ ମେ ୧୯ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ଇତି ମଧ୍ୟରେ ବିଜେଡି ଏଠାରୁ ମୃତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିସାରିଛି।

ହେଲେ ଆଜି ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ବାତିଲ୍‌ ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିବେଦନ କରିବା ପରେ ରାଜନୈତିକ ହଟଚମଟ ପୁଣି ଆରମ୍ଭ ହୋଇଛି।

ସାମୁଦ୍ରିକ ଝଡ଼ ଫୋନି ଓଡିଶା ମୁହାଁ ହୋଇଥିବାରୁ ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଉ ବୋଲି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୯ ତାରିଖ ଶେଷ ପର୍ଯ୍ୟାୟରେ ପାଟକୁରାରେ ମତଦାନ ହେବାର ଅଛି।  ତେବେ ସାମୁଦ୍ରିକ ଝଡ଼ ଫୋନି  ଆସନ୍ତା ୩ ତାରିଖରେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା ରହିଥିବାରୁ ଏହାର ପ୍ରଭାବରେ କ୍ଷୟକ୍ଷତି ଘଟିଲେ ସ୍ଥିତି ନିର୍ବାଚନ ଲାଗି ଅନୁକୁଳ ହୋଇ ନ ପାରେ ବୋଲି ସେ ଯୁକ୍ତି ବାଢିଛନ୍ତି।

ଏଣୁ ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ନବୀନ ଦାବି କରିବା ସହ ଆଦର୍ଶ ଆଚରଣ ବିଧି ଉଠାଇଦେବା ଲାଗି ମଧ୍ୟ ଦାବି କରିଛନ୍ତି । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ  ଟାର୍ଗେଟ କରିଛନ୍ତି ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ବାତ୍ୟାକୁ ନବୀନଙ୍କ ଡର ନାହିଁ ବରଂ ବିଜୟକୁ ଡର ବୋଲି ସେ ତାଚ୍ଛଲ୍ୟ କରିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ନବୀନ ଷଡ଼ଯନ୍ତ୍ର କରୁଥିବା ନେଇ ପୂର୍ବରୁ ସେ ଗନ୍ଧ ବାରିପାରିଥିବା କହିଛନ୍ତି।



from Odisha Reporter http://bit.ly/2GIH8B0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages