
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ସାମୁଦ୍ରିକ ଝଡ଼ ଫୋନି। ଯାହା ୨ ଦିନ ଯୁଦ୍ଧା ବାତ୍ୟାର ରୂପ ନେଇ ଓଡ଼ିଶାରେ ତାଣ୍ଡପ ସୃଷ୍ଟି କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସରକାର ବାତ୍ୟା ସମ୍ଭାବନା ଥିବାରୁ ସରାକାରୀ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରି ସାରିଲେଣି। ଇତି ମଧ୍ୟରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।
ନିଳଚକ୍ରର ସୁରକ୍ଷା ପାଇଁ ବାତ୍ୟା ବେଳେ ବାନା ବାନ୍ଧିବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ବାତ୍ୟା ଫୋନି ପାଇଁ ନୀଳଚକ୍ରରେ ଲାଗିବନି ବଡ଼ ବାନା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁନରା ସେବାୟତଙ୍କୁ ଚିଠି ଲେଖାଯାଇଛି। ବଡ଼ ୧୪ ହାତିଆ ବାନା ସ୍ଥାନରେ ୫ ହାତ ଲମ୍ବର ବାନା ଲାଗିବ। ଆବଶ୍ୟକ ସ୍ଥଳେ ୫ ହାତ ଲମ୍ବର ଏକ ବାନା ନୀଳଚକ୍ର ପରିଧିରେ ଗୁଡେଇ ବନ୍ଧାଯିବ। ନୀଳଚକ୍ରର ସୁରକ୍ଷା ପାଇଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲୋକ ସମ୍ପର୍କ ଅଧତ୍କାରୀ ସୂଚନା ଦେଇଛନ୍ତି।
from Odisha Reporter http://bit.ly/2ZKWxcN
No comments:
Post a Comment