ଆସିଲା “କଲଙ୍କ୍‌ର” ଆଉ ଏକ ଗୀତ “ତବାହ ହୋ ଗୟେ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ଆସିଲା “କଲଙ୍କ୍‌ର” ଆଉ ଏକ ଗୀତ “ତବାହ ହୋ ଗୟେ”

ମୁମ୍ବାଇ: କରନ୍‌ ଜୋହର୍‌ଙ୍କ ଫିଲ୍ମ “କଲଙ୍କ” ୧୭ ଏପ୍ରିଲ୍‌ରେ ରିଲିଜ୍‌ ହେବ। ଏହା ପୂର୍ବରୁ ଫିଲ୍ମର ଏକ ଗୀତ “ତବାହ ହୋ ଗୟେ” ରିଲିଜ୍‌ ହୋଇଛି। ଏହି ଗୀତରେ ବଲିଉଡ୍‌ର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି। କରନ୍‌ ଜୋହର୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ମ୍ୟୁଜିକ୍‌ କମ୍ପୋଜର୍‌ ପ୍ରିତମ୍‌ ଏହି ଗୀତର ମ୍ୟୁଜିକ୍‌ ଦେଇଥିବା ବେଳେ ଶ୍ରେୟା ଘୋଷାଲ୍‌ ଏଥିରେ କଣ୍ଠ ଦାନ କରିଛନ୍ତି। କୋରିଓଗ୍ରାଫର୍‌ ସରୋଜ୍‌ ଖାନ୍‌ ଏବଂ ରେମୋ ଡିସୁଜା ଏହି ଡ୍ୟାନ୍ସକୁ କୋରିଓଗ୍ରାଫ୍‌ କରିଛନ୍ତି।

ମାଧୁରୀଙ୍କ ଉପରେ ପିକ୍ଚରାଇଜେସନ ହୋଇଥିବା ଏହି ଗୀତକୁ ନେଇ ସୋଶାଲ୍‌ ମିଡିଆରେ ବହୁତ ଏକ୍‌ସାଇଟ୍‌ମେଣ୍ଟ ଥିଲା। କିନ୍ତୁ ଏହି ଗୀତ ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଲୋକଙ୍କୁ ଏହା ଖାସ୍‌ ପସନ୍ଦ ଆସିନାହିଁ। ଏହାକୁ ନେଇ ବହୁତ ପ୍ରକାର କମେଣ୍ଟ ମଧ୍ୟ ଆସୁଛି। ଲୋକମାନେ ମାଧୁରୀଙ୍କ ଡ୍ୟାନ୍ସକୁ ପସନ୍ଦ କରୁଛନ୍ତି କିନ୍ତୁ, ଗୀତର ଲିରିକ୍ସ ଓ ମ୍ୟୁଜିକ୍‌କୁ ପସନ୍ଦ କରୁନାହାନ୍ତି।

ମାଧୁରୀଙ୍କୁ ଏତେ ଖରାପ ଗୀତ ମିଳିବ ବୋଲି ଆଶା ନ ଥିବା ଫ୍ୟାନ୍‌ମାନେ ପ୍ରତିକ୍ରିୟା ଦେଉଛନ୍ତି। ଏହାର ମ୍ୟୁଜିକ୍‌ ପୁରୁଣା ସଙ୍ଗୀତର ମ୍ୟୁଜିକ୍‌ ଭଳି ହୋଇଥିବା ଫ୍ୟାନ୍‌ମାନେ କମେଣ୍ଟରେ ଲେଖିଛନ୍ତି। ଆଉ ଜଣେ ଫ୍ୟାନ୍‌ ଏହା ଲେଖିଛନ୍ତି ଯେ, ସମସ୍ତେ ସଞ୍ଜୟ ଲୀଲା ଭସାଂଲିଙ୍କ ଭଳି ଫିଲ୍ମ କରିବାକୁ ଚେଷ୍ଟା କରିପାରିବେ କିନ୍ତୁ, ତାହାକୁ ସଫଳ କରିପାରିବେ ନାହିଁ।

ଗୀତର ମ୍ୟୁଜିକ୍‌ ଏବଂ ଲିରିକ୍ସ ଠିକ୍‌ ଭାବେ ମେଳ ଖାଉନାହିଁ ବୋଲି ଫ୍ୟାନ୍‌ମାନେ କମେଣ୍ଟ ଦେଇଛନ୍ତି। ଗୀତରେ ମାଧୁରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ପୂରା ଗେଟ୍‌ ଅପ୍‌ ମଧ୍ୟ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି।

ଏହି ଗୀତ ରିଲିଜ୍‌ ହେବା ପୂର୍ବରୁ ‘କଲଙ୍କ’ର ୩ଟି ଗୀତ ରିଲିଜ୍‌ କରାଯାଇଛି। ଧର୍ମା ପ୍ରଡକ୍ସନ୍‌ରେ ନିର୍ମିତ ଏହି ଫିଲ୍ମରେ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ମାଧୁରୀଙ୍କ ସହ ଆଲିଆ ଭଟ୍ଟ, ବରୁଣ ଧୱନ, ଆଦିତ୍ୟ ରଏ କପୁର୍‌, ସୋନାକ୍ଷୀ ସିହ୍ନା ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରୁଛନ୍ତି।

ସୌଜନ୍ୟ- ୟୁଟ୍ୟୁବ୍‌



from Odisha Reporter http://bit.ly/2uWdKld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages