ମେକ୍‌ଅପ୍‌ ଜିନିଷରେ ଅନ୍ୟକୁ ଭାଗ ବସାଇବାକୁ ଦିଅନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ମେକ୍‌ଅପ୍‌ ଜିନିଷରେ ଅନ୍ୟକୁ ଭାଗ ବସାଇବାକୁ ଦିଅନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ଅପ୍ ନେଇ ସୁନ୍ଦର ଦିଶିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ଆମେ ପାର୍ଟି ହେଉ ବା କୁଆଡ଼େ ବୁଲିଗଲେ ମେକ୍ଅପ୍ ନେଇଥାଉ। ଅନେକ ସମୟରେ ଦେଖାଯାଏ ଯେ, ମେକ୍ଅପ୍ ନେଲା ପରେ ମୁହଁରେ ବ୍ରଣ ବାହାରିବା ସହ ମୁହଁ ଖରାପ ଦେଖା ଯାଇଥାଏ। ଏଥିପାଇଁ ପ୍ରାୟ ମହିଳାମାନଙ୍କ ଠାରୁ ଆପଣ ଶୁଣିଥିବେ ଯେ, ମେକ୍ଅପ୍ ଆମ ମୁହଁକୁ ସୁଟ୍ କରୁନାହିଁ।

ତେବେ ଆମେ ମେକ୍ଅପ୍ ନେଲାବେଳେ କିଛିଟା ବିଷୟ ପ୍ରତି ଧ୍ୟାନ ଦେଇ ନ ଥାଉ। ସେଥିପାଇଁ ଆମ ମୁହଁ ଖରାପ ଦେଖାଯାଇଥାଏ। ତେବେ ଅନ୍ୟ ଦିନ ମାନଙ୍କ ଅପେକ୍ଷା ଖରାଦିନେ ମେକ୍ଅପ୍ ନେଲା ବେଳେ କିଛିଟା ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ।

ଖରାଦିନେ ବାହାରକୁ ଗଲେ ଆମ ତ୍ୱଚା ଉପରେ ଖରା ସିଧାସଳଖ ପଡ଼ିଥାଏ। ଏଥିପାଇଁ ତ୍ୱଚା ଖରାପ ହେବାର ବହୁ ଆଶଙ୍କା ରହିଥାଏ। ତେବେ ଆମେ ଖରାଦିନେ କିପରି ମେକ୍ଅପ୍ ନେଲେ ବା କିଛିଟା ଦିଗ ପ୍ରତି ଦୃଷ୍ଟି ଦେଲେ ଆମେ ସୁନ୍ଦର ଦିଶିବା ସହ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇବ ନାହିଁ।

ଏକ୍ସପାୟରି ମେକ୍ଅପ୍ ଜିନିଷ ବ୍ୟବହାର କରନ୍ତୁ ନାହିଁ

ଆମେ ସବୁବେଳେ ମେକ୍‌ଅପ୍‌ ଜିନିଷ ବ୍ୟବହାର କଲାବେଳେ ତାହାର ବ୍ୟବହାରର ତାରିଖକୁ ଅଣଦେଖା କରିଥାଉ। ଫଳରେ ଏକ୍ସପାୟରି ଡେଟ୍‌ ଗଲା ପରେ ମଧ୍ୟ ଆମେ ଏହାକୁ ବ୍ୟବହାର କରିଥାଉ। କିନ୍ତୁ ଏହା କରିବା ଠିକ୍‌ ନୁହେଁ। ଏକ୍ସପାୟରି ଡେଟ୍‌ ଗଲା ପରେ ଜିନିଷରେ ବିଭିନ୍ନ ପ୍ରକାର ଜୀବାଣୁ ବସା ବାନ୍ଧିବାର ବହୁତ ସମ୍ଭାବନା ରହିଥାଏ।

ଆପଣ ଖରାଦିନେ ଏହାକୁ ବ୍ୟବହାର କରିବା ଦ୍ୱାରା ଏହା ଝାଳ ହୋଇ ତ୍ୱଚାରେ ଇନ୍‌ଫେକ୍ସନ ହେବାର ବହୁତ ସମ୍ଭାବନା ରହିଥାଏ। ପୁରୁଣା ମେକ୍‌ଅପ୍‌ ପାଉଡର୍‌ ଫାଉଣ୍ଡେସନ୍‌ ଇତ୍ୟାଦି ବ୍ୟବହାର କରିବା ଉଚିତ୍‌ ନୁହେଁ। ତେବେ ଖରାଦିନେ ଏହାକୁ ବ୍ୟବହାର କରିବା ଆପଣଙ୍କ ପାଇଁ ଖରାପ ହୋଇପାରେ।

ମେକ୍‌ଅପ୍‌ ବ୍ରସ୍‌ ସେୟାର୍‌ କରିବା

ଆମେ କେବଳ ମେକ୍‌ଅପ୍‌ ବ୍ରସ୍‌ ନୁହେଁ, ମେକ୍‌ଅପ୍‌ର ଅନ୍ୟସବୁ ଜିନିଷ ମଧ୍ୟ ଅନ୍ୟମାନଙ୍କ ସହ ସେୟାର୍‌ କରିଥାଉ। ଏହା ମଧ୍ୟ ଆପଣଙ୍କ ପାଇଁ ଖରାପ ହୋଇପାରେ। ସମସ୍ତଙ୍କ ତ୍ୱଚା ସମାନ ନ ଥାଏ। ତେବେ ଅନ୍ୟ ଜଣଙ୍କ ଠାରୁ ରୋଗ ଆସି ଆପଣଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରେ। ବିଶେଷ କରି ମେକ୍‌ଅପ୍‌ ବ୍ରସ୍‌ ସାହାଯ୍ୟରେ ଏହା ଶୀଘ୍ର ବ୍ୟାପିବାର ସମ୍ଭାବନା ଥାଏ।

ଏଠାରେ ଆପଣଙ୍କୁ ଆଉ ଏକ କଥା ମଧ୍ୟ କହି ରଖିବାକୁ ଚାହୁଁଛୁ, ଆମେ ସାଧାରଣତଃ ମେକ୍‌ଅପ୍‌ କଲା ପରେ ବ୍ରସ୍‌ଗୁଡ଼ିକୁ ଖୋଲା ରଖିଦେଇଥାଉ। ଏହି ବ୍ରସ୍‌ ସବୁ ବହୁତ ନରମ ହୋଇଥାଏ। ତେବେ ଏହା କରିବା ଦ୍ୱାରା ବାହାର ଜୀବାଣୁ ଅତି ସହଜରେ ବ୍ରସ୍‌ରେ ଲାଗି ଯାଇପାରେ। ଆଉ ସେହି ବ୍ରସ୍‌କୁ ଆପଣ ବ୍ୟବହାର କଲେ ତ୍ୱଚା ଖରାପ ହେବାର ମଧ୍ୟ ଅନେକ ସମ୍ଭାବନା ଥାଏ।

ମେକ୍‌ଅପ୍ ବେଳେ ଫଲୋ କରନ୍ତୁ ଏହି ରୁଲ୍‌

ସବୁବେଳେ ମେକ୍‌ଅପ୍‌ କଲାବେଳେ କିଛି  ନିୟମ ପାଳନ କରନ୍ତୁ। ଏହା ଆପଣ ତ୍ୱଚାକୁ ସୁନ୍ଦର କରିବା ସହ ଖରାଦିନେ ମଧ୍ୟ  ଆପଣ ଉଜ୍ୱଳ ଦେଖାଯିବେ। ତେବେ ମେକ୍‌ଅପ୍‌ କଲାବେଳେ ଆପଣ ସବୁବେଳେ ନିଜ ସ୍କିନ୍‌କୁ ମ୍ୟାଚ୍‌ ବା ଖାପ ଖୁଆଇଲା ଭଳି ମେକ୍‌ଅପ୍‌ କରନ୍ତୁ। ଏପରି ନୁହେଁ ଯେ, ଏହା ମୋତେ ପସନ୍ଦ ହେଉଛି ଆଉ ମୁଁ ସେହି ମେକ୍‌ଅପ୍‌ ହିଁ ନେବି। ଏହିପରି କରିବା ଦ୍ୱାରା ଆପଣ ଖରାପ ଦେଖାଯାଇପାରନ୍ତି।

ଖରାଦିନେ ଡିପ୍‌ ମେକ୍‌ଅପ୍‌ ନ ନେଇ ଲାଇଟ୍‌ ମେକ୍‌ଅପ୍‌ ନିଅନ୍ତୁ। ଆଖି ଏବଂ ଓଠକୁ ଆପଣ ଅଧିକା ହାଇଲାଇଟ୍‌ କରନ୍ତୁ ନାହିଁ। ଏହା ଖରାଦିନେ ଭଲ ଦିଶିବ ନାହିଁ। ସବୁବେଳେ ମେକ୍‌ଅପ୍‌କୁ ମ୍ୟାଚ୍‌ କଲା ଭଳି ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଏହା ଆପଣଙ୍କୁ ସୁନ୍ଦର ଲାଗିବ।



from Odisha Reporter http://bit.ly/2X9MgVm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages