‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ ଉପରେ ଲାଗିବ କି ରୋକ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ ଉପରେ ଲାଗିବ କି ରୋକ୍!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। କାହିଁକି ଫିଲ୍ମ ଉପରେ ରୋକ ଲାଗିବ ସେ ପ୍ରସଙ୍ଗରେ ଏକ ବନ୍ଦ ଲଫାପାରେ ଏପ୍ରିଲ ୨୨ ସୁଦ୍ଧା ଉତ୍ତର ରଖିବାକୁ ନିର୍ବାଚନ କମିଶନ କହିଛନ୍ତି।
 
ସୂଚନାଯୋଗ୍ୟ, ନିକଟରେ ନିର୍ବାଚନ କମିଶନ ବିବେକ ଓବେରୟ ଅଭିନୀତ ‘ପିଏମ୍ ନରେନ୍ଦ୍ର ମୋଦି’ଙ୍କ ଜୀବନୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ରର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି। ଫିଲ୍ମର  ରିଲିଜ୍ ପାଇଁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଥିଲେ। ହେଲେ ନିର୍ବାଚନ କମିଶନଙ୍କ ରୋକ ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଫିଲ୍ମ ନିର୍ମାତା। ଏହାପରେ ଆଜି ଶୁଣାଣି କରି ଫିଲ୍ମଟିକୁ ନିଜେ ଦେଖିବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ତା’ପରେ ଏହି ଫିଲ୍ମ କାହିଁକି ବ୍ୟାନ ହେବ, ତାହା ସୁପ୍ରିମକୋର୍ଟକୁ ଏକ ବନ୍ଦ ଲଫାପାରେ ଲିଖିତ ପ୍ରତିକ୍ରିୟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
 
ନିର୍ବାଚନ ବେଳେ କୌଣସି ନେତା ଉପରେ କିମ୍ବା ଧର୍ମ ଉପରେ ଫିଲ୍ନ ରିଲିଜ୍ ହେଲେ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ଦର୍ଶାଇ ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ଫିଲ୍ମ ଉପରେ ରୋକ୍ ଲଗାଇଥିଲେ। ହେଲେ ଏପରି ରୋକ ଦ୍ବାରା କଳାକାରଙ୍କ ସ୍ୱାଧୀନତାର କଣ୍ଠରୋଧ କରାଯାଉଛି ବୋଲି ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ।


from Odisha Reporter http://bit.ly/2DfF6rb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages