
କଟକ(ଓଡ଼ିଶା ରିପୋର୍ଟର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତରେ ବିଜେପିର ସମାବେଶକୁ ବିଜେଡି କର୍ମୀ ବିରୋଧ କରିଛନ୍ତି। ଆଜି ଅପରାହ୍ନରେ କେରିଲୋ ପଞ୍ଚାୟତର ହାଣ୍ଡିଭଙ୍ଗାଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭା ରହିଛି।
ଏଥିରେ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ଯୋଗ ଦେବା କାର୍ଯ୍ୟକ୍ରମ ଅଛି । ତେବେ ଏହି ସଭା ପାଇଁ ପ୍ରଶାସନର ଅନୁମତି ସତ୍ତ୍ୱେ ବିଜେଡି କର୍ମୀ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ପଡ଼ିଆଠାରୁ ୫୦୦ ମିଟର ଦୂରରେ ଥିବା ତରତ ହାଟପଡିଆରେ ସମାବେଶ କରିବାକୁ ବିଜେପିକୁ କୁହାଯାଇଛି ।
ତେବେ ସମସ୍ତ ଅନୁମତି ପତ୍ର ଥାଇ ସଭାକୁ ଭଣ୍ଡୁର କରିବାକୁ ଶାସକ ଦଳ ଏଭଳି କରିଥିବା ଅଭିଯୋଗ କରିଛନ୍ତି ମାହାଙ୍ଗାର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ। ଏନେଇ ସ୍ଥାନୀୟ ତହସିଲଦାର କିଛି କହିବାକୁ ମନା କରିଦେଇଛନ୍ତି। ଶାରଦାଙ୍କ ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସେଠାରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
from Odisha Reporter http://bit.ly/2GwPkEl
No comments:
Post a Comment