ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ପ୍ରଧାନ ବିଚାରପତିଙ୍କ ବିରୋଧରେ ‘ଷଡ଼ଯନ୍ତ୍ର’ ମାମଲାର ତଦନ୍ତ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ପ୍ରଧାନ ବିଚାରପତିଙ୍କ ବିରୋଧରେ ‘ଷଡ଼ଯନ୍ତ୍ର’ ମାମଲାର ତଦନ୍ତ କରିବେ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଅସଦାରଣ ଅଭିଯୋଗ ଏକ ‘ଷଡ଼ଯନ୍ତ୍ର’। ଏହି ‘ଷଡ଼ଯନ୍ତ୍ର’ ମାମଲାର ତଦନ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି  ଜଷ୍ଟିସ୍ ଏ.କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୋଲି ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ କହିଛନ୍ତି। ‘ଷଡ଼ଯନ୍ତ୍ର’ ବୋଲି ଦାବି କରିଥିବା ଆଇନଜୀବୀ ଉତ୍ସବ ବେନ୍ସ ଆଜି ସତ୍ୟପାଠ ଦାଖଲ କରିବା ପରେ ଜଷ୍ଟିସ ଅରୁଣ ମିଶ୍ରାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ସତ୍ୟପାଠର ତର୍ଜମା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତା ଏହି ଖଣ୍ଡପୀଠରେ ଅଛନ୍ତି।
ଜଷ୍ଟିସ ଏ.କେ ପଟ୍ଟନାୟକ ଏହି ମାମଲାର ତଦନ୍ତ କରି ଏକ ବନ୍ଦ ଲଫାପାରେ ରିପୋର୍ଟ ଦେବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ବେଳେ ସିବିଆଇ ନିର୍ଦ୍ଦେଶକ ଏବଂ ଗୁଇନ୍ଦା ମୁଖ୍ୟ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.କେ ପଟ୍ଟନାୟକଙ୍କୁ ସହଯୋଗ କରିବେ ବୋଲି ନିର୍ଦ୍ଦେଶ ରହିଛି। ତେବେ ଏଭିଡେନ୍ସ ଆଇନର ୧୨୬ ଧାରା ଅନୁଯାୟୀ ଉତ୍ସବ ବେନ୍ସ ମାମଲାରୁ ଓହରି ପାରିବେ ନାହିଁ। ତାଙ୍କୁ ସମସ୍ତ ପ୍ରମାଣ ଦେବାକୁ ଓ ତଦନ୍ତରେ ସହଯୋଗ କରିବାକୁ ସର୍ବୋଚ୍ଚ କୋର୍ଟ ଶୁଣାଣିରେ କହିଛନ୍ତି।
 
ତୃତୀୟ ଥର ପାଇଁ ଜଷ୍ଟିସ ଅରୁଣ ମିଶ୍ରା ଏହି ମାମଲାର ଶୁଣାଣି କରି କହିଛନ୍ତି ଦେଶର ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ସୁପ୍ରିମକୋର୍ଟର ନ୍ୟାୟ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି। ଏହା ବାସ୍ତବରେ ଏକ ଗମ୍ଭୀର ମାମଲା। କିଛି ବର୍ଷ ହେଲା ନ୍ୟାୟିକ ପ୍ରକ୍ରିୟାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ତେଣୁ ଏହି ସୁପ୍ରିମକୋର୍ଟର ଗରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ମାମଲାର ମୂଳ ପର୍ଯ୍ୟନ୍ତ ଯିବା ଦରକାର ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏଭଳି ‘ଷଡ଼ଯନ୍ତ୍ର’କୁ ନେଇ ସୁପ୍ରିମକୋର୍ଟ ମଧ୍ୟ ମର୍ମାହତ ବୋଲି କହିଛନ୍ତି।
 
ତେବେ ଷଡ଼ଯନ୍ତ୍ରକାରୀ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଖଣ୍ଡପୀଠ ଜାଣିବାକୁ ପାଇଛି। ଦେଶର ଧନୀ ବ୍ୟକ୍ତି କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ସୁପ୍ରିମକୋର୍ଟଙ୍କୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କଡ଼ା ଭାଷାରେ କହିଛନ୍ତି।
 
ଉତ୍ସବ ବେନ୍ସ ‘ଷଡ଼ଯନ୍ତ୍ର’ ମାମଲାରେ ଗତକାଲି ଓ ଆଜି ଦୁଇଥର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁଥିରେ ଆଇନଜୀବୀ ଉତ୍ସବ କହିଛନ୍ତି ଜଣେ ଅଜଣା ବ୍ୟକ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିବା ପାଇଁ ତାଙ୍କ ସହ ଯୋଗାଯୋଗ କରିଥିଲେ। ଏଥିପାଇଁ ପ୍ରେସ କ୍ଲବ ଅଫ ଇଣ୍ଡିଆରେ ସାମ୍ବାଦିକ ସମ୍ମିଳନୀ କରିବାକୁ ସର୍ତ୍ତ ରଖିଥିଲେ। ଉପହାର ସ୍ୱରୂପ ଦେଢ଼ କୋଟି ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ। ତେବେ ଉତ୍ସବ ବେନ୍ସ ଏପରି ଅଭିଯୋଗ ଆଣିବାକୁ ରାଜି ହୋଇନଥିଲେ। ପରେ ମହିଳା ଜଣଙ୍କ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ପ୍ରମାଣ ସ୍ୱରୂପ ସେ କୋର୍ଟଙ୍କୁ ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ତଥ୍ୟ ଏକ ବନ୍ଦ ଲଫାପାରେ ଦେଇଛନ୍ତି।
 
ସଲିସିଟର ଜେନେରାଲ (ଆଟର୍ଣ୍ଣି ଜେନେରଲାଙ୍କ ସହଯୋଗୀ) ତୁଷାର ମେହତା ‘ଷଡ଼ଯନ୍ତ୍ର’ ମାମଲାରେ ଏସଆଇଟି କମିଟି ଗଠନ ପାଇଁ ପରାମର୍ଶ ଦେଇଥିଲେ। ହେଲେ ଆଇନଜୀବୀ ଇନ୍ଦିରା ଜୟସିଂହ ମାମଲାର ନ୍ୟାୟିକ ତଦନ୍ତ ପାଇଁ ଖଣ୍ଡପୀଠ ନିକଟରେ ଅନୁରୋଧ କରିଥିଲେ। ଏହାପରେ ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ କଡ଼ା ଭାଷାରେ ସଲିସିଟିର ଜେନେରାଲଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ପରାମର୍ଶରୁ ଦୁରେଇ ରହିବା ପାଇଁ କହିବା ସହିତ କାହାକୁ ମୁହଁ ନଖୋଲିବାକୁ ବାଧ୍ୟ କରାନଯାଉ ବୋଲି ଖଣ୍ଡପୀଠ କହିଛନ୍ତି।
 
ତେବେ ଖଣ୍ଡପୀଠ ଶୁଣାଇଥିବା ରାୟକୁ ନେଇ ଆପତ୍ତି ଉଠାଇଥିଲେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ। ପ୍ରଧାନ ବିଚାରପତିଙ୍କୁ ବଞ୍ଚାଇବା ପାଇଁ ଏପରି ‘ଷଡ଼ଯନ୍ତ୍ର’ ମାମଲାର ଶୁଣାଣି କରାଯାଇ ମାମଲାକୁ ପ୍ରଭାବିତ କରିବାକୁ ଚେଷ୍ଟା ହେଉଥିବା ଆଇନଜୀବୀ ଇନ୍ଦିରା କୋର୍ଟରେ ପକ୍ଷ ରଖି କହିଥିଲେ।
 
ତେବେ ଅସଦାଚରଣ ମାମଲା ଏବଂ ଏହି ‘ଷଡ଼ଯନ୍ତ୍ର’ ମାମଲା ଦୁଇଟି ଅଲଗା ଏବଂ ଏଗୁଡ଼ିକର ଅଲଗା ଅଲଗା ଶୁଣାଣି ଖଣ୍ଡପୀଠ କରୁଛନ୍ତି। ଦେଶର ନ୍ୟାୟିକ ପ୍ରକ୍ରିୟା ଏବଂ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିରପେକ୍ଷ ଶୁଣାଣି ହେଉଛି। କୌଣସି ବ୍ୟକ୍ତି ଖଣ୍ଡପୀଠକୁ ପ୍ରଭାବିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା।
 
ଗତବର୍ଷ ମଧ୍ୟ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ବିରୋଧୀ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ। ହେଲେ ଏହା ସଂସଦରେ ଖାରଜ ହୋଇଥିଲା।


from Odisha Reporter http://bit.ly/2UVriwF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages