ଭୋଟ୍ ପାଇଁ ଘରୋଇ କର୍ମଚାରୀଙ୍କୁ ସବୈତନିକ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଭୋଟ୍ ପାଇଁ ଘରୋଇ କର୍ମଚାରୀଙ୍କୁ ସବୈତନିକ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ ପାଇଁ ଘରୋଇ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ସବୈତନିକ ଛୁଟି ମିଳିବ।

ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଆଜି ଏନେଇ ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟବସାୟିକ ସଂସ୍ଥା ଓ କର୍ପୋରେଟ୍ ହାଉସ୍ ଓ ଅନ୍ୟ ସମସ୍ତ ବେସରକାରୀ ଓ ଘରୋଇ ନିଯୁକ୍ତିଦାତାମାନଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚଳିତମାସ ୧୧, ୧୮,୨୩ ଓ ୨୯ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଉକ୍ତଦିନ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ କର୍ମଚାରୀମାନେ ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରିପାରିବେ।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ମଧ୍ୟ ଏହି ଭୋଟଗ୍ରହଣ ଦିନଗୁଡ଼ିକରେ ନିଜର କର୍ମଚାରୀଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରିସାରିଛନ୍ତି।



from Odisha Reporter http://bit.ly/2WZ4mJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages