ବୁଧବାର ହେବ ‘ରାଫେଲ’ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ବୁଧବାର ହେବ ‘ରାଫେଲ’ ଶୁଣାଣି

ନୂଆଦିଲ୍ଲୀ: ଫ୍ରାନ୍ସ ସହ ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ରାଫେଲ ଡିଲ୍‌ ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ପ୍ରମାଣଯୋଗ୍ୟ କି ନାହିଁ, ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ।

ଆବେଦନକାରୀ ପ୍ରଶାନ୍ତ ଭୂଷଣ, ଯଶୱନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏଥିରେ ‘ଦି ହିନ୍ଦୁ’ରେ ରାଫେଲ୍‌ ଡିଲ୍‌ ସଂକ୍ରାନ୍ତରେ ଦସ୍ତାବିଜ୍‌ ସମ୍ବଳିତ ଖବରକୁ ପ୍ରମାଣ ଭାବେ ଗ୍ରହଣ କରି ରାଫେଲ ଡିଲ୍‌ରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବା ନିମନ୍ତେ ସେମାନେ ଦାବି କରିଛନ୍ତି। ଏପରି କି ଘଟଣାଟି ସିବିଆଇ ଦ୍ୱାରା ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି। ତେବେ କେନ୍ଦ୍ର ସରକାର ଏପରି ଆବେଦନକୁ ବିରୋଧ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଗୋପନୀୟ ଦସ୍ତାବିଜର ଫଟୋକପି ନେଇ କେହି ଏପରି ଖବର ଛାପିଛି ବୋଲି କୁହାଯାଇଛି।

ଏହାପୂର୍ବରୁ ସୁପ୍ରିମକୋର୍ଟ ଗତବର୍ଷ ଡିସେମ୍ବର ମାସରେ ରାଫେଲ ଡିଲ୍‌କୁ ନେଇ ଶୁଣାଣି କରିଥିଲେ। ଏଥିସହ ଡିଲ୍‌ରେ କୌଣସି ପ୍ରକାରର ଦୁର୍ନୀତି ହୋଇ ନଥିବା ସ୍ପଷ୍ଟ କରିଥିଲେ। ଦି ହିନ୍ଦୁର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ଆପତ୍ତି ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫ୍ରାନ୍ସ ସହ ଡିଲ୍‌ କରିଥିଲା। ଏଥିସହ ଫ୍ରାନ୍ସ ସରକାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ମନା କରିବାରୁ ଡିଲ୍‌ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଦି ହିନ୍ଦୁ ଖବରକାଗଜ ପକ୍ଷରୁ ଏହି ତଥ୍ୟ କେଉଁ ସୂତ୍ରରୁ ସେମାନେ ପାଇଥିଲେ , ତାହା ଉଜାଗର କରାଯିବ ନାହିଁ ବୋଲି କୁହାଯାଇଛି।



from Odisha Reporter http://bit.ly/2I8h2dL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages