‘ଫୋନି’ ପାଇଁ ୧ରୁ ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

‘ଫୋନି’ ପାଇଁ ୧ରୁ ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ

ଖୋର୍ଦ୍ଧା(ବଳରାମ ଲେଙ୍କା): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ମୁହାଁ ହୋଇଛି। ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏଥିପାଇଁ ରାଜ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ସୁରକ୍ଷିତ ଏବଂ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଉଛି ।

‘ଫୋନି’ ପାଇଁ ୧ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚାଲିବନି।  ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଚିଲିକା ମଧ୍ୟକୁ କୌଣସି ମାଛମରା ଡଙ୍ଗା ନେବାକୁ ମଧ୍ୟ ବାରଣ କରାଯାଇଛି।

ଏଥିସହ ପର୍ଯ୍ୟଟକ ଯେଭଳି ଭିତରକୁ ନ ଯିବେ ସେନେଇ ସଂଘ ନୋଟିସ୍‌ ଜାରି କରିଛି। ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା ଓ ବୋଟ୍‌ ଚିଲିକା ଭିତରୁ ଉଠିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2XUk8px

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages