ରାହୁଲଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, କ୍ଷମା ମାଗିବାକୁ ବାଧ୍ୟ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ରାହୁଲଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, କ୍ଷମା ମାଗିବାକୁ ବାଧ୍ୟ କଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର ଚୋର ହୈ’ କହିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଆଜି ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ସ୍ପଷ୍ଟ ଶବ୍ଦରେ କ୍ଷମା ମାଗିବାକୁ ବାଧ୍ୟ କରିଛନ୍ତି। କେବଳ ଦୁଃଖ ପ୍ରକାଶ କରି ଖସିଯିବାକୁ ଉଦ୍ୟମ କରୁଥିବା ରାହୁଲ ଗାନ୍ଧି ଏବେ ପୁଣିଥରେ କ୍ଷମା ମାଗି ସତ୍ୟପାଠ ଦାଖଲ କରିବେ। ସୁପ୍ରିମକୋର୍ଟ ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ରାଫେଲ ଡିଲ ସମ୍ପର୍କିତ କେତେକ ଦସ୍ତାବିଜକୁ ବିଚାର ପାଇଁ ଗ୍ରହଣ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରାହୁଲ ଭୁଲ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ ସୁପ୍ରିମକୋର୍ଟ ମାନିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥାତ ଚୌକିଦାର ଚୋର ହୈ।

ତେବେ ସୁପ୍ରିମକୋର୍ଟ ଏମିତି କିଛି ଆଦୌ କହି ନଥିବା ଦର୍ଶାଇ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହି ଭୁଲ ପାଇଁ ରାହୁଲ ସତ୍ୟପାଠ ଜରିଆରେ ଦୁଇଥର ଦୁଃଖ ପ୍ରକାଶ କରି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି।

ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାହୁଲଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ରାହୁଲଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଅଭିଷେକ ମନୁ ସିଂଘଭୀଙ୍କୁ ଖଣ୍ଡପୀଠ କହିଥିଲେ “ଆମେ କେଉଁଠି ଏବଂ କେତେବେଳେ ଏକଥା(ଚୌକିଦାର ଚୋର ହୈ) କହିଥିଲୁ?ଆପଣ କେମିତି ଆମ ନାଁ ନେଇ ମିଛ ପ୍ରଚାର କରୁଛନ୍ତି?

ଏହି ଘଟଣା ପାଇଁ ଆପଣ ଅନୁତପ୍ତ ବା କ୍ଷମାପ୍ରାର୍ଥୀ ବୋଲି ମଧ୍ୟ କେଉଁଠି କହିଛନ୍ତି? କାହିଁକି ଦ୍ୱିତୀୟ ସତ୍ୟପାଠ କଥା କହୁଛନ୍ତି? ଆପଣ ସତ୍ୟପାଠ ଦାଖଲ କରିଛନ୍ତି। ହେଲେ ବ୍ରାକେଟ୍‌ ମଧ୍ୟରେ ଦୁଃଖ ପ୍ରକାଶ କଥା ଲେଖିବାର ଅର୍ଥ କ’ଣ? ରାହୁଲ ଗାନ୍ଧି କେଉଁଠି ନିଜର ଭୁଲ ପାଇଁ ସଂପୂର୍ଣ୍ଣ ଭାବେ ଦୁଃଖ ପ୍ରକାଶ କରିଛନ୍ତି?”

ଏହାର ଜବାବରେ ସିଂଘଭୀ କହିଥିଲେ, “ଦୁଃଖ ପ୍ରକାଶ କରିବା କ୍ଷମା ମାଗିବା ସହ ସମାନ ବୋଲି ଅଭିଧାନରେ କୁହାଯାଇଛି। ସେ ମନ୍ତବ୍ୟକୁ ନେଇ କୌଣସି ସନ୍ଦେହ ରଖିବା ଠିକ୍‌ ନୁହେଁ।” ଆଜି ରାହୁଲ ପୁଣି ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସେ କହିଥିଲେ, “ପୂର୍ବ ସତ୍ୟପାଠରେ କିଛି ତ୍ରୁଟି ରହିଥିଲା। ଏଥିପାଇଁ ମୁଁ ଦୁଃଖିତ। ସୁପ୍ରିମକୋର୍ଟଙ୍କୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ମୋର ନାହିଁ।”

ରାହୁଲ ଗାନ୍ଧି ଦୁଃଖ ପ୍ରକାଶ କରି କ୍ଷମା ମାଗିବାଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ଏଥରେ ସନ୍ତୁଷ୍ଟ ହୋଇ ନଥିଲେ। ସେ କହିଥିଲେ, “ଆପଣ କ’ଣ କହୁଛନ୍ତି, ସେକଥା ବୁଝିବାରେ ଆମକୁ ବହୁତ ସମସ୍ୟା ହେଉଛି।” କୋର୍ଟ ଏହାପରେ ରାହୁଲଙ୍କ ପୁଣି ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗୁଛି ବୋଲି ଉଲ୍ଲେଖ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ।



from Odisha Reporter http://bit.ly/2ZJepom

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages