ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ: ନାଁ ନନେଇ ବର୍ଷିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ: ନାଁ ନନେଇ ବର୍ଷିଲେ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଓଡ଼ିଶାରେ ଜମୁଛି ନିର୍ବାଚନ ପ୍ରଚାର। ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଘନଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଠିକ୍‌ ସେମିତି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଆଜିଠାରୁ ଶଙ୍ଖ ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ବ୍ରହ୍ମପୁରର କନିଷିରୁ ନିର୍ବାଚନ ପ୍ରଚାର ଆରମ୍ଭ କରି କାହାର ନାମ ନନେଇ କେନ୍ଦ୍ର ସରକାର ଓ ବିଜେପି ଉପରେ ଧୂମ୍‌ ବର୍ଷିଛନ୍ତି।

ସେ କହିଛନ୍ତି-“ତିତ୍‌ଲି ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହେଲା। ହେଲେ ଆସିଲେନି। ମରୁଡ଼ି ହେଲା, ତଥାପି ଆସିଲେନି। ଏବେ ଭୋଟ ସମୟ ଆସିବାରୁ ସେହି ନେତାମାନେ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣ (ଜନତା) ପଚାରନ୍ତୁ- କୁଆଡ଼େ ଗଲା ସୀତାପଲ୍ଲୀ କାରଖାନା ଓ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା? କାହିଁକି ବନ୍ୟା, ବାତ୍ୟା ଓ ମରୁଡ଼ିରେ ଓଡ଼ିଶାକୁ ସହାୟତା ମିଳୁନି? ବର୍ଷକୁ ୨ କୋଟି, ୫ ବର୍ଷରେ ୧୦ କୋଟି ଚାକିରି ଦେବେ କହିଥିଲେ। ପ୍ରତି ଘରୁ ଜଣକୁ ଚାକିରି ମିଳିବା କଥା କହିଥିଲେ। ମିଳିଛି କି? ନିର୍ବାଚନ ଆସିଲେ ବଡ଼ ବଡ଼ କଥା କହିବେ, ତା ପରେ ଦେଖା ମିଳିବନି।”

ସେ ଆହୁରି କହିଛନ୍ତି-“ସାଢେ ୪ କୋଟି ଓଡ଼ିଆ ମୋ ପରିବାର। ମୁଁ ଆପଣଙ୍କ ସହ ଅଛି ଓ ରହିବି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେ। ଆଉ ୨୦ ଲକ୍ଷ ଚାଷୀଙ୍କ ସହାୟତାକୁ ଅଟକାଇ ରଖିଛନ୍ତି। ଚାଷୀମାନେ ନିର୍ବାଚନରେ ତାର ଉଚିତ ଜବାବ ଦେବେ। ଆପଣମାନଙ୍କ ଖୁସିରେ ମୋ ଖୁସି। ମୋତେ ଆଶୀର୍ବାଦ କରନ୍ତୁ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କନିଷିରୁ ଆରମ୍ଭ କରିଛନ୍ତି। ପରେ ସେ ଏକ ଅତ୍ୟାଧୁନିକ ବସ୍‌ରେ ବସି ୬୦ କିଲୋମିଟର ରୋଡ୍ ସୋ’ କରିବେ। ସେ ଛତ୍ରପୁର ପର୍ଯ୍ୟନ୍ତ ଯିବେ। ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଯୋଗଦେବେ।

ଜବାବ ରଖିଲା ବିଜେପି

ବ୍ରହ୍ମପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାର ନାଁ ନନେଇ କେନ୍ଦ୍ର ଓ ବିଜେପି ଉପରେ ବର୍ଷିଥିଲେ। ଏହାର ଜବାବ ସଙ୍ଗେ ସଙ୍ଗେ ଦେଇଛି ବିଜେପି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“ନିଜ ଦୋଷ ଲୁଚାଇବାକୁ ନବୀନ ଅନ୍ୟ ମୁଣ୍ଡରେ ଦୋଷ ଲଦୁଛନ୍ତି। କେନ୍ଦ୍ର ଅବହେଳା ଏବେ ଏକ ପ୍ରସଙ୍ଗ ହୋଇ ରହିନାହିଁ। ୧.୩୬ ଲକ୍ଷ କୋଟି ଅନୁଦାନ ଖର୍ଚ୍ଚ ନହୋଇ ପଡ଼ିଛି। ତାର ଜବାବ ଦିଅନ୍ତୁ। ରାଜ୍ୟରେ ଅନେକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇପାରୁନି। ନବୀନ ବାବୁଙ୍କୁ ଏହାର ଜବାବ ଦେବାକୁ ପଡ଼ିବ। ୨୬ ଲକ୍ଷ ପଂଜୀକୃତ ବେକାର ଯୁବକଙ୍କୁ ନିଯୁକ୍ତି ଦିଆଯାଇପାରିନି। ନିଜ ଦୋଷ ଲୁଚେଇବାକୁ ଅନ୍ୟ ମୁଣ୍ଡରେ ଦୋଷ ଲଦୁଛନ୍ତି।”



from Odisha Reporter https://ift.tt/2uFq2OX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages