ମୋଦିଙ୍କ ରାଲି ପୂର୍ବରୁ ଜବତ ହେଲା ୧.୮ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ମୋଦିଙ୍କ ରାଲି ପୂର୍ବରୁ ଜବତ ହେଲା ୧.୮ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶରେ ନିର୍ବାଚନୀ ସଭା କରିବା ପୂର୍ବରୁ ସ୍ଥାନୀୟ ଏକ ଗେଷ୍ଟ ହାଉସ୍‌ ନିକଟ କାରରୁ ୧.୮ କୋଟି ଟଙ୍କାର ପୁଲିସ୍‌ ଜବତ କରିଥିଲା। ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ଏହି ଟଙ୍କା ଭୋଟରମାନଙ୍କୁ ମୋଦିଙ୍କ ସଭା ପରେ ଦିଆଯାଇଥାଆନ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ ଯେଉଁ କାରରେ ଏହି ଟଙ୍କା ଆସିଥିଲା,ସେଗୁଡ଼ିକ ବିଜେପି କନଭୟରେ ସାମିଲ ଥିଲା। ତେଣୁ ନିର୍ବାଚନ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଓ ତାଙ୍କ ଡେପୁଟିଙ୍କ ନାଁରେ ମାମଲା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି।

ଗତକାଲି ମଧ୍ୟରାତ୍ରିରେ ଦୁଇଟି କାରରେ ଏତେ ପରିମାଣର ଟଙ୍କା ଆସିଥିଲା। ଏହି କାର ଦୁଇଟି ପସିଘାଟଠାରେ ଥିବା ସିଆଙ୍ଗ ଗେଷ୍ଟ ଆଉଟ୍‌ ନିକଟରେ ଛିଡ଼ା ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ଏହାକୁ ଠାବ କରିଥିଲେ। ଗୋଟିଏ କାରରେ ୧ କୋଟି ଟଙ୍କା ଥିବା ବେଳେ ବାକି ଟଙ୍କା ଅନ୍ୟ କାରରେ ରହିଥିଲା।

୧ କୋଟି ଟଙ୍କା ଯେଉଁ କାରରୁ ମିଳିଛି, ସେଇଟା ମେବୋରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଥିବା ଡା.ଡେଙ୍ଗି ପ୍ରେମେଙ୍କର ବୋଲି କଂଗ୍ରେସ କହିଛି। ସେହିପରି ୮୦ ଲକ୍ଷ ଟଙ୍କା ଠାବ ହୋଇଥିବା କାରଟି ରାଜ୍ୟ ପରିବହନ ବିଭାଗର। କିନ୍ତୁ ଏହାକୁ ଅରୁଣାଚଳ ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଭୋଟ ପାଇଁ କୌଣସି ଟଙ୍କା ବାଣ୍ଟିବାକୁ ଅଣାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ କହିଛନ୍ତି।



from Odisha Reporter https://ift.tt/2WFMiUF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages