ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ହେଲେ ଜାହ୍ନବୀ ଓ ଈଶାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ହେଲେ ଜାହ୍ନବୀ ଓ ଈଶାନ୍‌

ishan

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ସବୁଠୁ ଶ୍ରେଷ୍ଠ ସମ୍ମାନ କହିଲେ ଦାଦା ସାହେବ ଫାଲ୍‌କେ ସମ୍ମାନକୁ ବୁଝାଏ। ଗତକାଲି ରାତିରେ ମୁମ୍ବାଇରେ ଏହି ଆୱାର୍ଡ୍‌ ସେରିମନି ଅନୁଷ୍ଠିତ ହୋଇଥିଲା। ଏହି ସେରିମନିରେ  ବହୁ ବଡ଼ ବଡ଼ କଳାକାର ଉପସ୍ଥିତ ଥିଲେ।

ଏହି ଅବସରରେ ଅଭିନୟ କ୍ଷତ୍ରରେ ବିଭିନ୍ନ ଟିଭି ଓ ବଲିଉଡ୍‌ କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତେବେ ଜାହ୍ନବୀ କପୁର ଓ ଈଶାନ୍‌ ଖଟ୍ଟରଙ୍କୁ ଏହି ସେରିମନିରେ ନିଜ ଡେବ୍ୟୁ ଫିଲ୍ମ ‘ଧଡକ୍‌’ ପାଇଁ ୨୦୧୯ ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ କରାଯାଇଛି।

ଗତ ବର୍ଷ ନିର୍ଦ୍ଦେଶକ ସଶାଙ୍କ ଖେତନ୍‌ଙ୍କ ଫିଲ୍ମ ‘ ଧଡ଼କ୍‌’ ଜରିଆରେ ଜାହ୍ନବୀ କପୁର ଓ ଈଶାନ୍ ଖଟ୍ଟର ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲେ ବି ଈଶାନ୍‌ ଓ ଜାହ୍ନବୀଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ଦୁହିଁଙ୍କୁ ଏହି ଫିଲ୍ମ ପାଇଁ ସମ୍ମାନିତ କରାଯାଇଛି। ଏହି ଆୱାର୍ଡ୍‌ ସେରିମନିରେ ଜାହ୍ନବୀ ମନିଷ୍‌ ମଲ୍‌ହୋତ୍ରାଙ୍କ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ଈଶାନ୍‌ ଏକ ଧଳା ରଙ୍ଗର କୁର୍ତ୍ତା ପିନ୍ଧି ଖୁବ୍‌ ହ୍ୟାଣ୍ଡ୍‌ସମ୍‌ କମ୍‌ ଲାଗୁଥିଲେ।



from Odisha Reporter http://bit.ly/2XxJ71I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages